fbpx

Jio, Airtel ଓ Vodafone Idea ଉପରେ ଭାରି ପଡିଲା BSNL, ମାତ୍ର ୭୫ ଟଙ୍କାରେ ଅନଲିମିଡେଟ କଲ୍ ସହ ଦେଉଛି ଅନେକ ଫାଇଦା

ନୂଆଦିଲ୍ଲୀ: ନିକଟରେ Jio, Airtel ଓ Vodafone Idea ନିଜର ପ୍ଲାନର ମୂଲ୍ୟ ବୃଦ୍ଧି କରିଛନ୍ତି । ଅନ୍ୟପଟେ ସରକାରୀ ଟେଲିକମ୍ କମ୍ପାନୀ BSNL ନିଜ ଗ୍ରାହକମାନଙ୍କୁ ନିରାଶ ନକରି କୌଣସି ପ୍ଲାନରେ ପରିବର୍ତ୍ତନ କରିନି ।

ଏହି କାରଣ ଯୋଗୁଁ ୟୁଜର୍ସମାନେ ଏବେ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଉପରେ ରାଗି BSNLକୁ ସ୍ୱିଚ୍ କରୁଛନ୍ତି । ଯଦି ଆପଣ ବି BSNLର ଗ୍ରାହକ, ତେବେ ଆପଣଙ୍କ ପାଇଁ କମ୍ ଟଙ୍କାରେ ରହିଛି ଏକ ଖାସ୍ ପ୍ଲାନ୍ । ବିଏସନାଲର Tariff ପ୍ଲାନ ୨୫୦ ଟଙ୍କା ତଳେ ରହିଛି ଓ ଏହି ପ୍ଲାନଗୁଡିକ ୭୫ ଟଙ୍କାରୁ ଆରମ୍ଭ ହେଉଛି ।

BSNLର ସବୁଠାରୁ ଶସ୍ତା Tariff ପ୍ଲାନ୍ ୭୫ ଟଙ୍କାରେ ଆସୁଛି, ଯାହାର ବୈଧତା ୫୦ ଦିନ ପାଇଁ ରହୁଛି । ଏହି ବୈଧତା ସମୟରେ ୟୁଜର୍ସମାନେ ୧୦୦ ମିନିଟ୍ ଭଏସ୍ କଲର ଲାଭ ଉଠାଇପାରିବେ । ଏହା ସହିତ ୨ ଜିବି ଡାଟା ଓ ମାଗଣା ରିଙ୍ଗଟୋନର ବି ସୁବିଧା ଦେଉଛି ।

ସେହିପରି BSNLର ୯୪ ଟଙ୍କା ଏସଟିଭି ପ୍ଲାନର ବୈଧତା ୭୫ ଦିନ ରହିଛି । ଏହି ଯୋଜନାରେ ୩ଜିବି ଡାଟା ଦିଆଯାଉଛି । ଏହା ବ୍ୟତୀତ ଦିଲ୍ଲୀ ଏବଂ ମୁମ୍ବାଇର ଉପଭୋକ୍ତାମାନେ ଯେକୌଣସି ନେଟୱାର୍କ ଓ ନ୍ୟାସନାଲ ରୋମିଂକୁ କଲ କରିପାରିବେ । ଏଥିରେ ଆପଣଙ୍କୁ ୧୦୦ ମାଗଣା ଘରୋଇ ମିନିଟ୍ ଦିଆଯାଉଛି ।

BSNLର ୧୯୮ ଟଙ୍କା ପ୍ଲାନର ବୈଧତା ୫୦ ଦିନ ରହିଛି । ଏହି ଯୋଜନାରେ ଉପଭୋକ୍ତାମାନଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳିବ ।

Get real time updates directly on you device, subscribe now.