fbpx

ବଲିଉଡରେ ଏଣ୍ଟ୍ରି ମାରିବେ କି ସଚିନଙ୍କ ଝିଅ ସାରା, ବିଜ୍ଞାପନ ଭିଡିଓଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ବଲିଉଡରେ ଷ୍ଟାରକିଡମାନଙ୍କର ଏଣ୍ଟ୍ରି ଏକ ସାଧାରଣ କଥା । ପୂର୍ବରୁ ଅଭିଶେକ ବଚନ, ଟାଇଗର ଶ୍ରଫ୍, ଅନନ୍ୟା ପାଣ୍ଡେ, ଜାହ୍ନବୀ କାପୁର, କରନ ଦେଓଲ, ସାରା ଅଲ୍ଲୀ ଖାନ ଆଦି ଷ୍ଟାରକିଡମାନେ ବଲିଉଡରେ ଡେବ୍ୟୁ କରି ନିଜର ଝଲକ ଦେଖାଇ ସାରିଛନ୍ତି । ତେବେ ବଲିଉଡ୍ ଆଡ଼କୁ ମୁହାଁଇଛନ୍ତି ଜଣେ କ୍ରିକେଟ ଷ୍ଟାର କିଡ୍ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଏବେ ବଲିଉଡ୍ ଉପରେ ନଜର ପକାଇଛନ୍ତି । ଫିଲ୍ମରେ ବ୍ରେକ୍ ପାଇବା ପୂର୍ବରୁ ଅଧିକାଂଶ ନ୍ୟୁ କମର ମଡେଲିଂ କରିଥାନ୍ତି । ତେଣୁ ଖୁବଶୀଘ୍ର ସାରା ମଡେଲିଂରେ ଏଣ୍ଟ୍ରି ମାରିବା ନେଇ ଏବେ ଚର୍ଚ୍ଚା ଚାଲିଛି ।

ସାଧାରଣତଃ ଷ୍ଟାରକିଡମାନଙ୍କୁ ଛୋଟ ବୟସରୁ ବିଜ୍ଞାପନରେ ଦେଖିବାକୁ ମିଳିଥାଏ । ସାରା ମଡେଲିଂ ଦୁନିଆରେ ପ୍ରବେଶ ନେଇ ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ସେଥିରେ ସେ ଏକ କମ୍ପାନୀର ଆଡ୍ ପ୍ରମୋସନ କରୁଥିବା ଦେଖାଯାଉଛି । ତେଣୁ ସାରା ମଡେଲିଂରେ କ୍ୟାରିୟର କରିବେ କି ନା ସେ ନେଇ ଫ୍ୟାନଙ୍କ ମଧ୍ୟରେ ସସପେନ୍ସ ସୃଷ୍ଟି ହୋଇଛି । ପୂର୍ବରୁ ସାରା ଫିଲ୍ମରେ ଆକ୍ଟିଂ କରିବା ନେଇ ଖୁବ ଚର୍ଚ୍ଚା ହେଉଥିଲା । ସେ ଦୃଷ୍ଟିରେ ଏବେ ସାରା ସେ ଆଡ଼କୁ ପୁଣି ଢଳିବେ କି ନା ତାହା ଫ୍ୟାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ।

Get real time updates directly on you device, subscribe now.