fbpx

ଓଡ଼ିଶାରେ ପଶିଲା କି ଓମିକ୍ରନ! ଆଟ୍ ରିସ୍କ ଦେଶରୁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଭାରତରେ ଏହାର ଦବଦବା ଦେଖିବାକୁ ମିଳିଲାଣି । ଏହାକୁ ନେଇ ଓଡ଼ିଶା ସରକାର ମଧ୍ୟ ସତର୍କତା ଅବଲମ୍ବନ କରୁଛନ୍ତି । ଏହାରି ମଧ୍ୟରେ ଆଟ୍ ରିସ୍କ ଦେଶରୁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରେ ୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ୪ ଜଣଙ୍କର ନମୁନା ଜେନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ।

ତେବେ କାଲି ସନ୍ଧ୍ୟା ସୁଦ୍ଧା ଆଟ ରିସ୍କ ଦେଶରୁ ୯୮୨ ଜଣ ରାଜ୍ୟକୁ ଆସିଛନ୍ତି । ୯୮୨ଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.