fbpx
BJD
BJD SKY
BJD SKY

G-Mail ଆଣିଲା ନୂଆ ଫିଚର୍: ଏଣିକି ସହଜରେ ହୋଇପାରିବ Video ଓ Audio କଲିଂ

ନୂଆଦିଲ୍ଲୀ: ନିଜର ୟୁଜର୍ସଙ୍କ ସୁବିଧା ପାଇଁ ଜି-ମେଲ ତରଫରୁ ଏକ ନୂଆ ଫିଚର ଆସୁଛି । ୟୁଜର୍ସ ଜି-ମେଲରେ ଗୁଗଲ ଚ୍ୟାଟ ମାଧ୍ୟମରେ ଅଡିଓ ଓ ଭିଡିଓ କଲ୍ କରିପାରିବେ । ଏନେଇ ଏକ ବ୍ଲକ ପୋଷ୍ଟରେ ଏହି ଆମେରିକୀୟ କମ୍ପାନୀ ଘୋଷଣା କରିଛି । ତେବେ ଏହି ନୂଆ ଫିଚର ଆଣ୍ଡ୍ରଏଡ ଓ ଆଇଓଏସ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ । ତେବେ ଏଥିପାଇଁ କଲର ଓ ରିସିଭର ଉଭୟଙ୍କ ପାଖରେ ଜିମେଲର ନୂଆ ଭର୍ସନ ରହିବା ଜରୁରୀ ବୋଲି କୁହାଯାଇଛି ।

ଖାସ୍ କଥା ହେଉଛି, ୟୁଜର୍ସ କେବଳ କଲ କରିପାରିବେ ତା’ ନୁହେଁ, ଜି-ମେଲ ଆପଣଙ୍କୁ ମିସଡ୍ କଲ ଓ ଅନଗୋଇଙ୍ଗ କଲର ଡିଟେଲ୍ସ ମଧ୍ୟ ପ୍ରଦାନ କରିବ । ଗୁଗଲ ପକ୍ଷରୁ ଗତ ସେପ୍ଟେମ୍ବର ମାସରେ ଏହି ଫିଚରର ଘୋଷଣା କରାଯାଇଥିଲା, ମାତ୍ର ତାହା ଏବେ ନୂଆ ଅପଡେଟ୍ ହୋଇ ୟୁଜର୍ସଙ୍କ ନିକଟରେ ପହଞ୍ଚିବ । ଗୁଗଲ ଚ୍ୟାଟର ଉପର ଭାଗରେ ଆପଣଙ୍କୁ ଫୋନ ଓ ଭିଡିଓର ଆଇକନ ଦୃଶ୍ୟମାନ ହେବ । କଲି କରିବା ପାଇଁ ଆପଣଙ୍କୁ ଏହି ଆଇକନ ଉପରେ ଟ୍ୟାପ୍ କରିବାକୁ ପଡ଼ିବ । ଅନଗୋଇଙ୍ଗ କଲ ବିଷୟରେ ଜି-ମେଲ ଆପଣଙ୍କୁ ବ୍ଲୁ ବ୍ୟାନର ଦ୍ୱାରା ସୂଚିତ କରିବ, ଯାହାକି ସ୍କ୍ରିନର ଉପରଭାଗରେ ରହିଛି । ଏଥିରେ ବ୍ୟକ୍ତିର ନାମ ଓ କଲର ଡ୍ୟୁରେସନ ରହିଥାଏ । ଲାଲ ରଙ୍ଗର ଭିଡିଓ ଆଇକନ ଜରିଆରେ ମିସଡ କଲର ବିବରଣୀ ପାଇହେବ । ଏହି ନୂଆ କଲିଂ ଫିଚର ଗୁଗଲ ଆକାଉଣ୍ଟଧାରୀ ସମସ୍ତ ୟୁଜର୍ସଙ୍କ ସହିତ ଗୁଗଲ ୱାର୍କସପ, ଜିସୁଟ ବେସିକ ଓ ବିଜିନେସ କଷ୍ଟମର୍ସଙ୍କ ପାଇଁ ଜାରି କରାଯାଇଛି ।

Get real time updates directly on you device, subscribe now.