fbpx
BSKY
BJD MC SKY
BJD YOUTH SKY

ପୁରୀ ବାସିଙ୍କ ପାଇଁ ଖୁସି ଖବର : ଆଜିଠୁ ଖୋଲିଲା ଶ୍ରୀ ମନ୍ଦିରର ପଶ୍ଚିମ ଦ୍ୱାର

ପୁରୀ : ଅନେକ ଦିନ ପରେ ଶ୍ରୀ ମନ୍ଦିରର ପଶ୍ଚିମ ଦ୍ୱାର ଖୋଲାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଏହି ଦ୍ୱାରଟି ପ୍ରାୟ ଦେଢ ବର୍ଷ ପରେ ଖୋଲା ହୋଇଛି । କିନ୍ତୁ ଏହି ଦ୍ୱାର ଦେଇ କେବଳ ପୁରୀ ବାସୀ ହିଁ ଦର୍ଶନ ପାଇଁ ଯାଇପାରିବା । ଏହି ଦ୍ୱାର ସମ୍ମୁଖରେ ଏକ ଛୋଟ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ପ୍ରବେଶ କରିବା ସମୟରେ ସହରବାସୀ ପରିଚୟପତ୍ର ଦେଖାଇ ପ୍ରବେଶ କରିବେ । ପଶ୍ଚିମ ଦ୍ବାର ନିକଟରେ ଥିବା ସେଲଟର୍ ପ୍ୟାଭିଲିୟନରେ ଜୋତା ଓ ଅନ୍ୟ ଆସବାବ ରଖି ଧାଡ଼ିରେ ପ୍ରବେଶ କରୁଛନ୍ତି ।

ସୂଚନା ଅନୁସାରେ,  କୋଭିଡ ମହାମାରୀ ସମୟରେ ଶ୍ରୀମନ୍ଦିରର ୩ଟି ଦ୍ୱାର ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିବା ବେଳେ ପୁନଃ ସେହି ଦ୍ୱାର ଗୁଡିକୁ ଖୋଲା ଯାଇ ନାହିଁ । ବର୍ତ୍ତମାନ ଚାରି ଦ୍ୱାର ଖୋଲିବା ପଡାଇଂ ଭକ୍ତ ଏବଂ ସେବାୟତ ଦାବି କରୁଛନ୍ତି । ଏନେଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ରବିବାର ଦିନ ଜିଲ୍ଲାପାଳଙ୍କୁ ଏ ପ୍ରସଙ୍ଗରେ ଚିଠି ଲେଖି ପୁରୀ ବାସିନ୍ଦାଙ୍କ ଭାବାବେଗକୁ ଗୁରୁତ୍ବ ଦେଇ ଅନ୍ତତଃ ଆଉ ଗୋଟିଏ ଦ୍ବାର ବାଟେ ତୁରନ୍ତ ସର୍ବସାଧାରଣ ଭକ୍ତଙ୍କ ପ୍ରବେଶ ଅନୁମତିଦେବାକୁ ଦାବି କରିଥିଲେ। ଯଦି ଏନେଇ ତ୍ବରିତ ନିଷ୍ପତ୍ତି ନିଆ ନଯାଏ, ତେବେ ସୋମବାରଠାରୁ ସେ ପଶ୍ଚିମ ଦ୍ୱାର ସମ୍ମୁଖରେ ବସି ରହି ମହାପ୍ରଭୁଙ୍କୁ ପ୍ରାର୍ଥନା କରିବେ ବୋଲି କହିଥିଲେ।

କୁହାଯାଉଛି ଯେ, ଗତ ୨୧ ତାରିଖରେ ପ୍ରଶାସନ ଏନେଇ ଛତିଶାନି ଯୋଗ ବୈଠକ ଡାକିଥିଲେ। ବୈଠକରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ୍‌କମିଟି ଗଢ଼ାଯାଇ ଏ ସମ୍ପର୍କରେ ଆଲୋଚନା କରି ନିଷ୍କର୍ଷ ବାହାର କରିବା ପାଇଁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ନେଇ ଏକ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ ବସିଥିଲା । ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡାକ୍ତର କନୱର ବିଶାଳ ସିଂହଙ୍କ ସମେତ ପରିଚାଳନା କମିଟିର ସଦସ୍ୟବୃନ୍ଦ ଓ ସବ୍ କମିଟିର ସଦସ୍ୟମାନେ ପଶ୍ଚିମ ଦ୍ବାର ଓ ଅନ୍ୟ ଦ୍ବାର ବୁଲି ସ୍ଥିତି ପରଖି ଥିଲେ। ଭକ୍ତମାନେ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରିବାକୁ ପଶ୍ଚିମ ଦ୍ୱାର ବାଟେ ପ୍ରବେଶ କରିବେ ସେନେଇ ଆଲୋଚନା କରିଥିଲେ। ଏହାପରେ ଆଜି ପଶ୍ଚିମ ଦ୍ୱାର ଖୋଲାଯାଇଛି ।

Get real time updates directly on you device, subscribe now.