fbpx

ହାର୍ଟକୁ ସୁସ୍ଥ ରଖେ ଏହି ଖାଇବା ତେଲ, ଶରୀର ପାଇଁ ହୋଇଥାଏ ଲାଭଦାୟକ

ଆଜିକା ସମୟରେ ଚିନ୍ତାର କାରଣ ପାଲଟିଛି ମିଶ୍ରିତ ଖାଦ୍ୟ ପଦାର୍ଥ । ଏଥିରେ ସାମିଲ ରହିଛି ଖାଇବା ତେଲ । ବିନା ତେଲରେ କୌଣସି ଖାଦ୍ୟ ପ୍ରସ୍ତୁତ କରିବା ସମ୍ଭବ ନୁହେଁ । ତେଲ ବିଭିନ୍ନ ପ୍ରକାର ଜିନିଷରେ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ କେଉଁ ତେଲ ଆମ ଶରୀର ପାଇଁ ଲାଭଦାୟକ ତାହା ଜାଣନ୍ତି କି ? ସାଧାରଣତଃ ଆମେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ୧୦୦ ଡିଗ୍ରୀ ତାପମାତ୍ରାରେ କରିଥାଉ । କିନ୍ତୁ ଅଲିଭ ଅଏଲର ସ୍ମୋକ ପଏଣ୍ଟ ୧୭୬ ଡିଗ୍ରୀ ରହିଥାଏ । ଯଦି ଏହାକୁ ୧୭୬ ଡିଗ୍ରୀ ତାପମାତ୍ରାରୁ ଅଧିକ ଉତ୍ତପ୍ତ କରାଯାଏ, ତେବେ ଏହା ବ୍ରେକ ଡାଉନ ହେବ, ଅର୍ଥାତ ସେଥିରେ ଥିବା ସମସ୍ତ ହେଲଦି ଫ୍ୟାଟ ନଷ୍ଟ ହୋଇ ଯାଇଥାଏ । ଅଲିଭ ଅଏଲ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଠାରୁ ଦୂରେଇ ରଖିଥାଏ । ତେଣୁ ଏହି ତେଲ ସ୍ୱାସ୍ଥ୍ୟ ପାଇଁ ହିତକର ।

ସୋରିଷ ତେଲ-ସୋରିଷ ତେଲରେ ଅଧିକ ସାଚୁରେଟେଡ ଓ ପଲି ସାଚୁରଟେଡ଼ ଫ୍ୟାଟ ରହିଥାଏ । ଯାହାକୁ ଆମେ ହେଲଦି ଫ୍ୟାଟ କହିଥାଉ । ଏହା ହାର୍ଟକୁ ସୁସ୍ଥ ରଖିଥାଏ ।

ସୂର୍ଯ୍ୟମୁଖୀ ତେଲ-ସୂର୍ଯ୍ୟମୁଖୀ ତେଲର ସ୍ମୋକ ପଏଣ୍ଟ ୨୬୫ । ଏଥିରେ ସାଚୁରେଟେଡ ଫ୍ୟାଟ ଖୁବ କମ ରହିଥାଏ ଏବଂ ଅନ ସଚୁରେଟେଡ ଫ୍ୟାଟ ଅଧିକ ରହିଥାଏ । ଯାହାକି ହାର୍ଟକୁ ମଜବୁତ ରଖିଥାଏ । ଏହି ତେଲ ହାର୍ଟ ପାଇଁ ଉଚିତ୍ ।

ରାଶିତେଲ ରାଶି ତେଲରେ ସ୍ମୋକ ପଏଣ୍ଟ ୨୧୦ ଡିଗ୍ରୀ । ଯାହା ହୃଦୟ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକାରୀ ।

Get real time updates directly on you device, subscribe now.