fbpx

ଶ୍ରାବଣରେ ପିନ୍ଧନ୍ତୁ ସବୁଜ ରଙ୍ଗ ପୋଷାକ: ମିଳିବ ଶୁଭଫଳ

କୁହାଯାଏ ସବୁଜ ରଙ୍ଗ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ରଙ୍ଗ । ଯଦି ଆପଣ ସବୁଜ ରଙ୍ଗର ପୋଷାକ ପିନ୍ଧି ମହାଦେବଙ୍କୁ ପୂଜା କରୁଛନ୍ତି ତେବେ ଆପଣଙ୍କ ବିଗିଡି ଯାଇଥିବା କାର୍ୟ୍ୟ ବା ଅଟକି ରହିଥିବା କାର୍ୟ୍ୟ ପୁରା ହେବ । ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

ଏହି ମାସରେ ସବୁଜ ରଙ୍ଗର ପୋଷାକ ଧାରଣ କରିବା ସହ ସବୁଜ ରଙ୍ଗର ଚୁଡି ମଧ୍ୟ ପିନ୍ଧିବା ଅତି ଉତ୍ତମ ହୋଇଥାଏ । ବିବାହିତ ମହିଳାମାନେ ସବୁଜ ରଙ୍ଗର ପାଣି ଚୁଡି ପିନ୍ଧିଲେ ଏହାକୁ ଶୁଭ ବୋଲି କୁହାଯାଏ । ଶ୍ରାବଣ ମାସରେ ଭୁଲରେ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ ନୁହେଁ । ଏହା ଦ୍ୱାରା ଭୋଳାନାଥ କ୍ରୋଧିତ ହୋଇଥାଆନ୍ତି ।

ଭଲ ଚାକିରି ବା ପଦୋନ୍ନତି ପାଇଁ ଆପଣ ଶ୍ରାବଣ ମାସରେ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ମହାଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ଦ୍ୱାରା ଆପଣଙ୍କୁ ବହୁତ ଶୀଘ୍ର ଚାକିରି ମିଳିବ କିମ୍ବା ପଦୋନ୍ନତି ହେବ ।

ଶ୍ରାବଣ ମାସରେ ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ପିନ୍ଧନ୍ତି । ଏପରି କରିବା ଦ୍ୱାରା ପ୍ରଭୁ ମହେଶ୍ୱରଙ୍କର ଆଶୀର୍ବାଦ ମିଳିବା ସହ ପତି ଦୀର୍ଘାୟୁ ହୋଇଥାଆନ୍ତି । ଧାର୍ମିକ ଗ୍ରନ୍ଥରେ ସବୁଜ ରଙ୍ଗ ବୁଧ ଗ୍ରହର ପ୍ରତୀକ ବୋଲି କୁହାଯାଏ ।

ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ଜାତକରେ ବୁଧଙ୍କ ସ୍ଥିତି ଭଲ ହେବା ସହ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ । ଏତଦ୍ ବ୍ୟତୀତ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ବୁଦ୍ଧି ଓ ସମୃଦ୍ଧି ମିଳିଥାଏ ।

Get real time updates directly on you device, subscribe now.