fbpx
BJD SKY
BJD SKY

ସୁଡାନରେ ବିମାନ ଦୁର୍ଘଟଣାଗ୍ରସ୍ତ, ୪ ଯବାନଙ୍କ ସମେତ ୯ ଜଣଙ୍କର ମୃତ୍ୟୁ

BJD

ନୂଆଦିଲ୍ଲୀ : ପୋର୍ଟ ସୁଡାନ ବିମାନବନ୍ଦରରେ ଏକ ନାଗରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଚାରିଜଣ ସାମରିକ କର୍ମଚାରୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ସୁଡାନ ସେନା ଏକ ବିବୃତ୍ତି ଜାରି କରିଛି ।

ଏହି ଦୁର୍ଘଟଣାରେ ଜଣେ ଝିଅର ଜୀବନ ରକ୍ଷା ପାଇଥିବା ସେନା କହିଛି । ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଆଣ୍ଟୋନୋଭ ବିମାନ ଉଡାଣ ଭରିଥିଲା ଓ ସେଥିରେ ଟେକନିକାଲ ତ୍ରୁଟି ଦେଖାଦେଇଥିଲା । ଏହା ପରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ।

ସୁଡାନରେ ଚଳିତ ବର୍ଷ ଏପ୍ରିଲ ୧୫ ରୁ ସଶସ୍ତ୍ର ବାହିନୀ ଏବଂ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଲଢ଼େଇ ଚାଲିଛି । ସେବେଠାରୁ ପୋର୍ଟ ସୁଡାନ ବିଦେଶୀ, କୂଟନୈତିକ ମିଶନର ସଦସ୍ୟ ଏବଂ ଉତ୍ତର ଆଫ୍ରିକା ଦେଶ ଛାଡି ପଳାଇଥିବା କିଛି ସୁଡାନ ନାଗରିକଙ୍କ ପାଇଁ ଏକ ଏକଜିଟ୍ ପଏଣ୍ଟ ପାଲଟିଛି ।

ଅନୁମାନ କରାଯାଉଛି ଯେ ୩୦ ଲକ୍ଷରୁ ଅଧିକ ଲୋକ ସୁଡାନ ଛାଡି ପଳାଇଛନ୍ତି । ଏଥିମଧ୍ୟରୁ ୭ ଜଣ ଲୋକ ଏପରି ଅଛନ୍ତି ଯେଉଁମାନେ ମିଶର, ଚାଡ ଏବଂ ଦକ୍ଷିଣ ସୁଡାନ ପରି ପଡୋଶୀ ଦେଶକୁ ପଳାଇଛନ୍ତି ।

Get real time updates directly on you device, subscribe now.