fbpx

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର! ବଡ଼ ଘୋଷଣା କଲେ କେନ୍ଦ୍ର ସରକାର, ଏପରି ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ: ଯଦି ଆପଣ ବର୍ତ୍ତମାନ ସୁଦ୍ଧା ଆପଣଙ୍କର ରାସନ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ଶୀଘ୍ର କରନ୍ତୁ । କାହିଁକି ନା ହିତାଧିକାରୀଙ୍କୁ ଆଉ ଏକ ବଡ଼ ସୁଯୋଗ ଦେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ, ଆଧାର ସହିତ ରାସନ କାର୍ଡ ସହ ଲିଙ୍କ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ଥିଲା, କିନ୍ତୁ ଏବେ ଏହା ୩୦ ଜୁନ୍ କୁ ବୃଦ୍ଧି କରାଯାଇଛି । ଖାଦ୍ୟ ଓ ଯୋଗାଣ ବିଭାଗ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି । ତେବେ ଘରେ ବସି ବସି ଆପଣ ରାସନ କାର୍ଡକୁ ଆଧାର ସହ ଲିଙ୍କ୍ କରିପାରିବେ, ଜାଣନ୍ତୁ କିପରି…

ସୂଚନା ମୁତାବକ, ରାସନ କାର୍ଡର ହିତାଧିକାରୀମାନଙ୍କୁ କମ୍ ମୂଲ୍ୟରେ ସରକାରଙ୍କଠାରୁ ରାସନ ମିଳୁଛି । କେନ୍ଦ୍ର ସରକାରଙ୍କ ‘ୱାନ ନେସନ ୱାନ ରାସନ କାର୍ଡ’ ଯୋଜନା ଅଧୀନରେ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ଏହି ସୁବିଧା ମିଳୁଛି । ରାସନ କାର୍ଡର ଆହୁରି ଆହୁରି ଅନେକ ଲାଭ ରହିଛି । ଆଧାର କାର୍ଡ ସହିତ ରାସନ କାର୍ଡକୁ ଲିଙ୍କ କରି ଆପଣ ‘ୱାନ ନେସନ ୱାନ ରାସନ କାର୍ଡ’ ଯୋଜନା ଅଧୀନରେ ଦେଶର ଯେକୌଣସି ରାଜ୍ୟର ରେସନ କାର୍ଡ ଦୋକାନରୁ ରାସନ ପାଇପାରିବେ ।

ଅନଲାଇନରେ ଆଧାର କାର୍ଡକୁ ଲିଙ୍କ୍ କରିବାର ପ୍ରୋସେସ୍:-

୧. ଏଥିପାଇଁ ପ୍ରଥମେ ଆପଣ ଆଧାରର ଅଫିସିଆଲ୍ ୱେବସାଇଟ uidai.gov.in କୁ ଯାଆନ୍ତୁ ।
୨. ବର୍ତ୍ତମାନ ଆପଣ ‘Start Now’ ଉପରେ କ୍ଲିକ୍ କରନ୍ତୁ ।
୩. ବର୍ତ୍ତମାନ ଆପଣ ନିଜର ଠିକଣା, ଜିଲ୍ଲ. ରାଜ୍ୟ ସହିତ ପୂରଣ କରନ୍ତୁ ।
୪. ବର୍ତ୍ତମାନ ‘Ration Card Benefit’ ର ଅପସନ୍ ଉପରେ କ୍ଲିକ୍ କରନ୍ତୁ ।
୫. ଏବେ ଆଧାର କାର୍ଡ ନମ୍ବର, ରାସନ କାର୍ଡ ନମ୍ବର, ଇ-ମେଲ୍ ଠିକଣା ଏବଂ ମୋବାଇଲ୍ ନମ୍ବର ଇତ୍ୟାଦି ଦିଅନ୍ତୁ ।
୬. ବର୍ତ୍ତମାନ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ ଓଟିପି ଆସିବ ।
୭. ଏଠାରେ ଓଟିପି ଦେବା ମାତ୍ରେ ସ୍କ୍ରିନରେ ପ୍ରୋସେସ୍ ଶେଷ ହେବାର ମେସେଜ୍ ପାଇବେ ।

ଏହା ବ୍ୟତୀତ ଲୋକମାନେ ରାସନ କେନ୍ଦ୍ରରେ ଆବଶ୍ୟକୀୟ କାଗଜପତ୍ର ଦେଇ ଆଧାର ନମ୍ବର ସହିତ ଲିଙ୍କ କରିପାରିବେ । ଏଥି ପାଇଁ ରାସନ କାର୍ଡ ଜେରସ୍କ, ଆଧାର କାର୍ଡ ଜେରସ୍କ ଏବଂ କାର୍ଡଧାରୀଙ୍କ ପାସପୋର୍ଟ ଫଟୋ ରାସନ କେନ୍ଦ୍ରରେ ଦାଖଲ କରିବାକୁ ପଡିବ । କରୋନା ମହାମରୀ ସମୟରେ ଦେଶରେ ଶକ୍ତ କଟକଣା ଲାଗୁ ହୋଇଥିଲା । ଏହି ସମୟରେ ବହୁ ଲୋକେ ଚାକିରି ହରାଇଥିବା ବେଳେ ଗାଁ ମାନଙ୍କରେ ଶ୍ରମିକ ଶ୍ରେଣୀର ଲୋକମାନଙ୍କ କାମଧନ୍ଦା ବନ୍ଦ ହୋଇଯାଇଥିଲା । ଏଭଳି ସମୟରେ ରାସନ କାର୍ଡ ଥିବା ଲୋକମାନଙ୍କୁ କେନ୍ଦ୍ର ସରକାର ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରିଥିଲେ । ଯାହା ଲୋକମାନଙ୍କ ଦୈନନ୍ଦିନ ଜୀବନକୁ ସୁରୁଖୁରୁରେ ବିତାଇବାରେ ସାହାଯ୍ୟ ହୋଇଥିଲା ।

Get real time updates directly on you device, subscribe now.