fbpx
BSKY
BJD SHG SKY
BJD YOUTH SKY

ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ବ୍ୟାଙ୍କ ନିଜର ଗ୍ରାହକଙ୍କ ହୋମ୍ ଲୋନର ପ୍ରୋସେସିଙ୍ଗ ଶୁଳ୍କକୁ ଛାଡ କରିଛି । ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ୩୧ ଅଗଷ୍ଟ ପର୍ଯ୍ୟନ୍ତ ହୋମ୍ ଲୋନର ପ୍ରୋସେସିଂଗ ଶୁଳ୍କ ଆଦାୟ ହେବ ନାହିଁ । ଏହାକୁ ମୌସୁମୀ ଧମାକା ଅଫରର ନାଁ ଦେଇଛି ବ୍ୟାଙ୍କ । ଘର କିଣିବା ପାଇଁ ହୋମ୍ ଲୋନ ନେବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଆଶ୍ୱସ୍ତକର ଖବର ।

ପ୍ରୋସେସିଂଗ ଫିସ୍ ହେଉଛି ସେହି ଶୁଳ୍କ, ଯାହାକୁ ଋଣ ନେବା ସମୟରେ ଦେବାକୁ ପଡିଥାଏ । ହୋମ ଲୋନର ପାଖାପାଖୀ ୦.୪୦ ପ୍ରତିଶତ ପ୍ରୋସେସିଙ୍ଗ ଫିସ୍ ବାବଦରେ ଜମା କରିବାକୁ ପଡିଥାଏ । ଏହା ଗ୍ରାହକଙ୍କ ପାଇଁ ଏକ ପ୍ରକାର ବୋଝ କହିଲେ ଚଳେ । ଏବେ ଏସବିଆଇର ନୂଆ ନିଷ୍ପତ୍ତି ପରେ ଗ୍ରାହକ ହୋମ ଲୋନ ପାଇଁ ଆବେଦନ କଲେ ଆଉ ପ୍ରୋସେସିଙ୍ଗ ଫିସ୍ ଦେବାକୁ ପଡିବ ନାହିଁ । ଫଳରେ ଗ୍ରାହକଙ୍କୁ ସାମାନ୍ୟ ଆରାମ ମିଳିପାରିବ ।

Get real time updates directly on you device, subscribe now.