fbpx

ଟ୍ୟାଙ୍କର ଧକ୍କାରେ ରାତ୍ରି ଜଗୁଆଳୀଙ୍କ ମୃତ୍ୟୁ, ଡ୍ରାଇଭରକୁ କାବୁ କରି ପୁଲିସ ଜିମା ଦେଲେ ସ୍ଥାନୀୟଲୋକ

ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍‌): ନିଶ୍ଚିନ୍ତକୋଇଲି ବ୍ଲକ କଟକଚା ଚାନ୍ଦବାଲି ରାସ୍ତାର କଟିକଟା ବଜାରରେ ଏକ ଟ୍ୟାଙ୍କର ଧକ୍କାରେ ରାତ୍ରି ଜଗୁଆଳିଙ୍କର ମୃତ୍ୟୁ ହୋଇଛି । ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭରକୁ କାବୁ କରି ନିଶ୍ଚିନ୍ତକୋଇଲି ଥାନା ପୋଲିସକୁ ହସ୍ତାନ୍ତର କରିଛନ୍ତି । ନିଶ୍ଚିନ୍ତକୋଇଲି ବ୍ଳକ ସୁକରପଡା ଗ୍ରାମପଞ୍ଚାୟତ ମଧୁବନ ଗ୍ରାମର ସୂର୍ଯ୍ୟମଣି ମଲିକ (ବାବା ଓରଫ ଟୁନା) ୫୮ ବର୍ଷ ସାଲେପୁର ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧିନରେ ଥିବା ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ଡାକବଙ୍ଗଳାରେ ରାତ୍ରି ଜଗୁଆଳି ରୂପେ କାର୍ଯ୍ୟ କରନ୍ତି ।

ସୂଚନା ମୁତାବିକ, ବୁଧବାର ଅପରାହ୍ନରେ ସୂର୍ଯ୍ୟମଣି ଲୁନା ନେଇ କଟିକଟା ବଜାରକୁ ଯାଇଥିଲେ । ସୂର୍ଯ୍ୟମଣି ରାସ୍ତା ପାର ହେଉଥିଲା ବେଳେ ପାରାଦୀପରୁ କଟକ ଅଭିମୂଖେ ତେଲ ଟ୍ୟାଙ୍କର ନ. ଓଆର ୨୫ ବି ୩୮୪୯ ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଦମକଳ ବାହିନୀ କର୍ମଚାରୀଙ୍କ ସହାୟତାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏସମ୍ପର୍କରେ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଥାନାରେ ଏକ ମାମଲା ରୁଜୁ କରିବା ସହ ସୂର୍ଯ୍ୟମଣିଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଇଛି । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କରଟିକୁ କାବୁ କରି ନିଶ୍ଚିନ୍ତକୋଇଲି ଥାନା ପୋଲିସକୁ ହସ୍ତାନ୍ତର କରିଛନ୍ତି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବା ନିମନ୍ତେ ସାଧାରଣରେ ଦୃଢ ଦାବି ହୋଇଛି ।

Get real time updates directly on you device, subscribe now.