fbpx

ପ୍ରେମିକାକୁ କାର୍ ଉପରେ ବାନ୍ଧି ବୁଲାଇଲା ସାରା ସହର, ଭିଡିଓ ଭାଇରାଲ

ମସ୍କୋ: ରୁଷରେ ଜଣେ ଦମ୍ପତ୍ତିଙ୍କ ଏକ ଅଦ୍ଭୁତ ଟ୍ରଷ୍ଟ ଟେଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁହେଁ ଦୁହିଁଙ୍କ ଉପରେ କେତେ ଭରସା କରନ୍ତି, ସେନେଇ ଦମ୍ପତ୍ତି ଚଳନ୍ତା ଗାଡ଼ିରେ ଷ୍ଟଣ୍ଟ୍ ପ୍ରଦର୍ଶନ କରିଥିଲେ । ଏହି ଷ୍ଟଣ୍ଟ୍ ହିସାବରେ ପ୍ରେମିକ ନିଜ ପ୍ରେମିକାକୁ କାର ଉପରେ ବାନ୍ଧି ସାରା ସହର ବୁଲାଇଥିଲା । ଏହି ସମୟରେ ତାଙ୍କ ହାତ ପ୍ରେମିକାଙ୍କ ହାତରେ ବନ୍ଧାଯାଇଥିଲା । କିନ୍ତୁ ଅଧିକାଂଶ ଲୋକଙ୍କୁ ଦମ୍ପତ୍ତି ଏହି ଅଦ୍ଭୁଦ କାର୍ଯ୍ୟକଳାପ ପସନ୍ଦ ଆସିନଥିଲା ।

ତେବେ ରୁଷ ବାସିନ୍ଦା ସର୍ଗେଇ କୋସେକ୍ନୋ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ସେ ନିଜେ ଏହି ଅଦ୍ଭୁଦ ଟ୍ରଷ୍ଟ ଟେଷ୍ଟର ଭିଡିଓ ସେୟାର କରିଥିଲେ । ଭିଡିଓରେ ଜଣେ ବ୍ୟକ୍ତି ଚଳନ୍ତା କାର ଉପରେ ଯୁବତୀଙ୍କୁ ବାନ୍ଧି ସାରା ସହର ବୁଲାଉଥିବା ନଜର ଆସିଛି । କିନ୍ତୁ ଏପରି କରିବା ସାଙ୍ଘାତିକ ହୋଇପାରେ ବୋଲି କିଛି ଲୋକ ଆପତ୍ତି କରିଛନ୍ତି । ଘଟଣାକୁ ନେଇ ସର୍ଗେଇ କୋସେକ୍ନୋଙ୍କ ଉପରେ ଜୋରିମାନା ଲଗାଇଛି ପୋଲିସ । ଅନ୍ୟପଟେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖି ସେ ତାଙ୍କ ଷ୍ଟଣ୍ଟ୍ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି ।

 

View this post on Instagram

 

A post shared by Sergey Kosenko (@sergey_kosenko)

Get real time updates directly on you device, subscribe now.