fbpx

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ମିଳିବ ୧୦୦୦ ଟଙ୍କା ସହ ଅନେକ ସୁବିଧା

Advertisement

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏବେ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୧୦୦୦ ଟଙ୍କା । ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମିଳିବ ୨ଟି ବ୍ୟାଗ ଓ ଏକ ହଜାର ଟଙ୍କା । ଏଥିରେ ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ । ୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିଛି । ଏଥିସହ ଗ୍ରାମାଞ୍ଚଳ ଯୁବବର୍ଗଙ୍କ ପାଇଁ ନୂଆ ଯୋଜନା ‘ସ୍ୱୟଂ’କୁ ଅନୁମୋଦନ ମିଳିଛି । ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଯାଏଁ ମିଳିବ ଋଣ ।

୧୮ରୁ ୩୫ ବର୍ଷ ଯୁବକ ଏବଂ ଯୁବତୀଙ୍କ ପାଇଁ ଋଣ ବ୍ୟବସ୍ଥା ରହିଛି । ସହରରେ ଯୁବପିଢି ପାଇଁ ଯୁବ ଉଦ୍ୟୋଗୀ ସ୍ୱୟଂ ସହରୀ ଯୋଜନାକୁ ଅନୁମୋଦନ ମିଳିଛି । ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ ମୋହର ମାରିଥିବା ଜଣାପଡିଛି ।

Get real time updates directly on you device, subscribe now.