fbpx

Whatsapp ୟୁଜର୍ସଙ୍କ ପାଇଁ ଖୁସି ଖବର, ଏଣିକି ଶୁଣିବା ପରିବର୍ତ୍ତେ ପଢ଼ିପାରିବେ ଭଏସ୍ ନୋଟ୍‌

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ‘ହ୍ୱାଟ୍ସଆପ୍‌’ । କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ ଲୋକପ୍ରିୟତା ଅର୍ଜନ କରିଛି । ବର୍ତ୍ତମାନ ହ୍ୱାଟ୍ସଆପ୍ ଏକ ନୂତନ ଫିଚର ଉପରେ କାମ କରୁଛି ଯାହା ଖୁବ ଶୀଘ୍ର ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ । ଏହି ନୂତନ ଫିଚର ଭଏସ୍ ନୋଟ୍ସକୁ ଟ୍ରାନ୍ସକ୍ରାଇବ୍ କରିବ ଅର୍ଥାତ ଭଏସ୍ ନୋଟ୍ସକୁ ଟେକ୍ସଟ(text)ରେ ପରିବର୍ତ୍ତନ କରିବ । ତେବେ ଆସନ୍ତୁ ଏହି ଫିଚର ବିଷୟରେ ଜାଣିବା ।

ହ୍ୱାଟ୍ସଆପ୍ ସମୟ ସମୟରେ ନିଜ ୟୁଜର୍ସଙ୍କ ପାଇଁ ଅନେକ ଫିଚର ଆଣିଥାଏ ଯାହା ସେମାନଙ୍କୁ ଅନେକ ସୁବିଧା ଯୋଗାଇଥାଏ । ବର୍ତ୍ତମାନ ହ୍ୱାଟ୍ସଆପ୍ ଏପରି ଏକ ଫିଚର ଆଣୁଛି ଯାହା ଭଏସ୍ ନୋଟକୁ ଟେକ୍ସରେ ପରବର୍ତ୍ତନ କରିପାରିବ । ଏହା ଗୁଗୁଲ ମେସେଜିଂ ଆପ୍ ଭଳି କାର୍ଯ୍ୟ କରିଥାଏ । WABetaInfoରେ ପ୍ରଥମେ ଏହି ଫିଚର ଦେଖାଯାଇଥିଲା । ବର୍ତ୍ତମାନ ଏହା ଟ୍ରାଏଲ୍ ମୋଡରେ ଚାଲୁଛି ଏବଂ ଦେଶର କିଛି ଅଞ୍ଚଳରେ ଏହି ସୁବିଧା କେବଳ ହ୍ୱାଟ୍ସଆପର Beta ଭର୍ସନ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଏହି ଫିଚର ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ହ୍ୱାଟ୍ସଆପ୍ Beta 2.24.15.5 ରେ କାର୍ଯ୍ୟ କରିଥାଏ । ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରାଯାଇପାରିବ ।

କିପରି କାର୍ଯ୍ୟ କରିଥାଏ ଏହି ଫିଚର ?

ଏହି ନୂତନ ଫିଚର ଉଭୟ ପଠାଯାଇଥିବା ଏବଂ ଗ୍ରହଣ କରାଯାଇଥିବା ଭଏସ୍ ମେସେଜ୍ ପାଇଁ କାମ କରିଥାଏ । ଏହି ଫିଚର ବ୍ୟବହାର କରିବା ପାଇଁ ଆଣ୍ଡ୍ରଏଡ୍ ୟୁଜର୍ସଙ୍କୁ ଏକ ଛୋଟ ଡାଟା ଫାଇଲ୍ ଡାଉନଲୋଡ୍ କରିବାକୁ ପଡ଼ିବ । ବିଶେଷ କଥା ହେଉଛି ଭଏସ୍ ମେସେଜ ଫୋନରେ ହିଁ ଟେକ୍ସଟରେ ପରିବର୍ତ୍ତିତ ହୋଇପାରିବ । ଅର୍ଥାତ ଆପଣଙ୍କ ମେସେଜ ଅନ୍ୟ କେହି ପଢ଼ିପାରିବେ ନାହିଁ । ବର୍ତ୍ତମାନ ଏହି ଫିଚର ଇଂରାଜୀ, ସ୍ପାନିଶ୍‌, ପର୍ତ୍ତୁଗାଲ, ରୁଷ ଏବଂ ହିନ୍ଦୀ ଭାଷାରେ ଉପଲବ୍ଧ ।

Get real time updates directly on you device, subscribe now.