ମହିଳାମାନଙ୍କ ପାଇଁ ଖୁସି ଖବର, ମାର୍ଚ୍ଚରେ ଏକାଥରେ ଆସିବ ୧୦ ହଜାର
ମାର୍ଚ୍ଚ ୮ ତାରିଖରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ୧୦ ହଜାର ଟଙ୍କା। ତ୍ରୁଟି ଥିଲେ ଏବେ କରନ୍ତୁ ଶଂସୋଧନ। ନ ହେଲେ ହାତ ଛଡ଼ା କରିପାରନ୍ତି ସୁଭଦ୍ରା ଟଙ୍କା।
ଭୁବନେଶ୍ୱର: ମହିଳାମାନଙ୍କ ପାଇଁ ବଡ଼ ଘୋଷଣା। ଆସନ୍ତା ମାର୍ଚ୍ଚ ମାସରେ ୫ ହଜାର ନୁହେଁ ଆକାଉଣ୍ଟକୁ ଆସିବ ଏକାଥରେ ୧୦ ହଜାର ସୁଭଦ୍ରା ଟଙ୍କା। ଉପକୃତ ହେବେ କୋଟି କୋଟି ମହିଳା।
ହେଲେ ତା ପୂର୍ବରୁ ଆପଣଙ୍କ ଆକାଉଣ୍ଟରେ ଯଦି କିଛି ସମସ୍ୟା ରହିଛି ପ୍ରଥମେ ତାର ସମାଧାନ କରନ୍ତୁ। ଆଉ ସୁଭଦ୍ରା ଯୋଜନାର ଲାଭ ଉଠାନ୍ତୁ। ଏକାଥରେ ୧୦ ହଜାର ସୁଭଦ୍ରା ଟଙ୍କା ପାଆନ୍ତୁ।
ଆକାଉଣ୍ଟରେ ତ୍ରୁଟି: ଯଦି ଦେଖିବା ଏବେ ସୁଦ୍ଧା ପାଖାପାଖି ୧ କୋଟି ମହିଳା ସୁଭଦ୍ରା ଟଙ୍କାର ୫ ହଜାର ଲେଖାଏଁ ପାଇସାରିଛନ୍ତି। ଅର୍ଥାତ୍ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଗତ ୮ ତାରିଖ ଦିନ ପଠାଇ ସାରିଛନ୍ତି ମୁଖ୍ୟମନ୍ତ୍ରୀ।
ହେଲେ ଏବେବି ଅନେକ ମହିଳା ଏହି ସୁଭଦ୍ରା ଯୋଜନାରୁ ବଞ୍ଚିତ ଅଛନ୍ତି। ଯେହେତୁ ସେମାନଙ୍କ ଆକାଉଣ୍ଟ କିମ୍ୱା ଆଧାର କାର୍ଡରେ କିଛି ତ୍ରୁଟି ରହିଛି। ତେଣୁ ସେମାନେ ଟଙ୍କା ପାଇ ପାରିନାହାନ୍ତି। ତେଣୁ ମନରେ ଆଶଙ୍କା ଆସୁଛି କି ଆଉ ନୂଆ ହିତାଧିକାରୀଙ୍କୁ ସରୁଭଦ୍ରା ଟଙ୍କା ମିଳିବ କି ନାହିଁ।
କାହାକୁ ମିଳିବ ଟଙ୍କା: ଅନେତ ସମୟରେ ଦେଖିବାକୁ ମିଳିଛି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନା ସମ୍ପର୍କରେ ବାରମ୍ୱାର ଅପଡେଟ ଦେଇଥାନ୍ତି। ଯଦି କେହି ଏହି ଯୋଜନାରୁ ବଞ୍ଚିତ ଅଛନ୍ତି।
ଏବଂ ସେମାନେ ସ୍କିମରେ ସାମିଲ ହେବା ପାଇଁ ଯୋଗ୍ୟ ସେମାନଙ୍କ ଆକାଉଣ୍ଟ କିମ୍ୱା ଆଧାର କାର୍ଡରେ ଥିବା ତ୍ରୁଟି ଶଂସୋଧନ କରିବାକୁ କହୁଛନ୍ତି। ହେଲେ ଚତୁର୍ଥ କିସ୍ତି ସରିଯାଇଥିଲେ ବି ଅନେକ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇନାହାନ୍ତି।
ତେଣୁ ସେମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି କି ସେମାନେ ଆଉ ଟଙ୍କା ପାଇ ପାରିବେ କି ନାହିଁ। ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି, ଯଦି ଆପଣ ଯୋଗ୍ୟ ଆଉ ଟଙ୍କା ପାଇ ନାହାନ୍ତି। ତାହାଲେ ଆପଣଙ୍କୁ ଟଙ୍କା ମିଳିବ।
ତା ପୂର୍ବରୁ ଆପଣଙ୍କର ଭୁଲକୁ ଶଂସୋଧନ କରନ୍ତୁ। ଆଉ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଦିଆ ଯିବାକୁ ଥିବା ଦ୍ୱିତୀୟ କିସ୍ତିର ଲାଭ ଉଠାନ୍ତୁ। କାରଣ ଆପଣ ଯଦି ପ୍ରଥମ କିସ୍ତି ପାଇ ନାହାନ୍ତି। ତାହାଲେ ଦ୍ୱିତୀୟ କିସ୍ତିରେ ଏକାଥରେ ୧୦ ହଜାର ଟଙ୍କା ପାଇବେ। ଆଉ ଯେଉଁମାନେ ପ୍ରଥମ କିସ୍ତି ପାଇଛନ୍ତି ସେମାନଙ୍କୁ ୫ ହଜାର ଟଙ୍କା ମିଳିବ।