fbpx

ଖୁସି ଖବର! IPL ଟିକେଟର ହେବ ହୋମ୍ ଡେଲିଭରୀ, ମ୍ୟାଚ ଦେଖିବା ଆହୁରି ସହଜ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪କୁ ବର୍ତ୍ତମାନ ସମସ୍ତ କ୍ରୀଡ଼ାପ୍ରେମୀ ଅପେକ୍ଷା କରି ରହିଛନ୍ତି । ଏହାଭିତରେ କ୍ରିକେଟପ୍ରେମୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମନାକୁ ଆସିଛି । ଏଣିକି ଫ୍ୟାନ୍ସମାନଙ୍କୁ ମ୍ୟାଚ ଟିକେଟ ମିଳିବା ଆହୁରି ସହଜ ହୋଇଯିବ । ଦିନିକିଆ ବିଶ୍ୱକପରେ ଟିକେଟ ପାଇବା ପାଇଁ ଫ୍ୟାନ୍ସ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ଆଇପିଏଲରେ ଟିକେଟ ସିଧା ଘରେ ପହଞ୍ଚିବ ବୋଲି ଜାଣିବାକୁ ମିଳିଛି । ଅର୍ଥାତ୍ ଆଇପିଏଲ ମ୍ୟାଚର ଟିକେଟ ଏବେ ଫ୍ୟାନ୍ସମାନଙ୍କୁ ସିଧା ହୋମ୍ ଡେଲିଭରୀ କରାଯିବ ।

ରିପୋର୍ଟ ଅନୁସାରେ, ଲକ୍ଷେ୍ନø ସୁପର ଜିଆଣ୍ଟସ ଭାରତର ପ୍ରମୁଖ ଅନଲାଇନ୍ ମନୋରଞ୍ଜନ ପ୍ଲାଟଫର୍ମ ବୁକ୍ ମାଇ ଶୋ’କୁ ନିଜର ଏକ୍ସକ୍ଲୁସିଭ ଟିକେଟିଙ୍ଗ ପାର୍ଟନର ଭାବରେ ଚୟନ କରିଛି । ଏଥିରେ କ୍ରିକେଟପ୍ରେମୀ ଅନଲାଇନ ଟିକେଟ ବୁକ୍ କରିବା ସହ ଏହାକୁ ହୋମ୍ ଡେଲିଭରୀ ଅପ୍ସନରେ ନିଜ ଘରକୁ ଏହି ଟିକେଟ ମଗାଇପାରିବେ । ଏକ୍ସକ୍ଲୁସିଭ ଟିକେଟିଙ୍ଗ ପାର୍ଟନର ଭାବେ ବୁକ ମାଇ ଶୋ’ ସମସ୍ତ ଗରୋଇ ମ୍ୟାଚର ଟିକେଟ କିଣିବା ପଇଁ ପ୍ରଶଂସକଙ୍କୁ ସୁବିଧା ଏବଂ ସୁରକ୍ଷିତ ଉପାୟ ଦେଇଛି । ଏହାସହିତ ଖେଳ ଏବଂ ମନୋରଞ୍ଜନ ଟିକେଟିଙ୍ଗରେ ଅଗ୍ରଣୀ ବୁକ ମାଇ ଶୋ’ ଟିକେଟକୁ ସୁରକ୍ଷିତ କରିବା ପାଇଁ ହୋମ୍ ଡେଲିଭରୀ ବିକଳ୍ପ ମଧ୍ୟ ଉପଲବ୍ଧ ରହିଛି ।

ଲକ୍ଷେ୍ନø ସୁପର ଜିଆଣ୍ଟସ ତରଫରୁ ବୁକ ମାଇ ଶୋ’ ସହଯୋଗରେ ସହରର ବିଭିନ୍ନ ସ୍ଥାନରେ ବକ୍ସ ଅଫିସ ମଧ୍ୟ ସ୍ଥାପିତ କରାଯିବ । ଏଠାରୁ ଲୋକମାନେ ସହଜରେ ଟିକେଟ ନେଇପାରିବେ । ବିଶେଷ ଅଫର ପାଇବା ପାଇଁ କ୍ରିକେଟପ୍ରେମୀ ଲକ୍ଷେ୍ନø ସୁପର ଜିଆଣ୍ଟସର ଅଫିସିଆଲେ ୱେବସାଇଟ ବା ଆପ୍ଲିକେସନରେ ପ୍ରି-ରେଜିଷ୍ଟର କରନ୍ତୁ । ଏହି ଫ୍ରାଞ୍ଚାଇଜିର ଘରୋଇ ମ୍ୟାଚ ପାଇଁ ପ୍ରାଥମିକତାରେ ଟିକେଟ ପାଇବାକୁ ମାର୍ଚ୍ଚ ୧୫ ତାରିଖରୁ ଆକ୍ସେସ ମିଳିପାରିବ । ତେବେ ମାର୍ଚ୍ଚ ୧୬ ତାରିଖରେ ଏହା ସ୍ୱାଭାବିକ ଭାବରେ ଉପଲବ୍ଧ ହେବ ।

Get real time updates directly on you device, subscribe now.