fbpx

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିତି-ପୁଲକିତ, ଇନଷ୍ଟାଗ୍ରାମରେ ଶେୟାର କଲେ ଫଟୋ

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଯୋଡ଼ି କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦିଲ୍ଲୀ ନିକଟସ୍ଥ ହରିୟାଣାର ମାନସେର ଆଇଟିସି ଗ୍ରାଣ୍ଡ୍ ଭାରତ ପ୍ୟାଲେସରେ ପରିବାର ଏବଂ ସୀମିତ ବନ୍ଧୁ ବାନ୍ଧବଙ୍କ ଗହଣରେ ଏହି ଦମ୍ପତ୍ତି ବିବାହ କରିଛନ୍ତି । ଦୁହେଁ ଦୀର୍ଘ ଦିନ ଧରି ଡେଟ୍ କରିବା ପରେ ଦୁହେଁ ପରସ୍ପରକୁ ଜୀବନସାଥୀ ଭାବରେ ବାଛିଛନ୍ତି । ବର୍ତ୍ତମାନ ଏହି ନବ ବିବାହିତ ଦମ୍ପତ୍ତିଙ୍କର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସୋସିଆଲ ମିଡ଼ିଆରେ ନବ ଦମ୍ପତ୍ତିଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି ।

କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ କ୍ରିତି ସୁନ୍ଦର ଗୋଲାପି ଲେହେଙ୍ଗା ଏବଂ ପୁଲକିତ ହାଲୁକା ସବୁଜ ରଂଗର ଶେରୱାନୀ ପିନ୍ଧିଥିବାର ଦେଖାଦେଇଛି । ଏହି ଫଟୋର କ୍ୟାପସନରେ ଏକ ସୁନ୍ଦର କବିତା ଲେଖାଯାଇଛି । ୨୦୧୯ରେ ଅନୀସ୍ ବାଜମୀଙ୍କ ନିର୍ଦ୍ଦେଶିତ ପାଗଲପନ୍ତି ଫିଲ୍ମରେ କ୍ରିତି ଏବଂ ପୁଲକିତ ଏକାଠି କାମ କରିଥିଲେ । ଏହା ପରେ ଦୁହିଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା ।

 

Get real time updates directly on you device, subscribe now.