fbpx

ସିଏଏ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓୱେସି

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ ଅର୍ଥାତ ସିଏଏର ନିୟମ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ଏଆଇଏମଆଇଏମ୍ ସଭାପତି ଅସଦୁଦ୍ଦିନ ଓୱେସି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୧୯୫୫ ର ନାଗରିକତା ଆଇନର ଧାରା ୬ବି ଅନୁଯାୟୀ କୋର୍ଟରେ ମାମଲା ବିଚାରାଧୀନ ନ ହେବା ପର୍ଯ୍ୟନ୍ତ ନାଗରିକତା ପାଇଁ କୌଣସି ଆବେଦନ ଉପରେ ନିଷ୍ପତ୍ତି ହୋଇପାରିବ ନାହିଁ ବୋଲି ଓୱେସି ସୁପ୍ରିମ୍ କୋର୍ଟରେ ଦାଖଲ କରିଥିବା ଆବେଦନରେ ଦର୍ଶାଇଛନ୍ତି।

ଏହି ପିଟିସନରେ ସେ ଜାତୀୟ ନାଗରିକତା ପଞ୍ଜିକା ଅର୍ଥାତ୍ ଏନଆରସି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଏବଂ ସିଏଏ ଏବଂ ଏନଆରସି ମଧ୍ୟରେ ସମ୍ପର୍କ ବିପଜ୍ଜନକ ବୋଲି ଅଭିଯୋଗ କରିଛନ୍ତି । ସିଏଏ ଲାଗୁ ହେବା ପରେ ଏନଆରସି କୁ ମଧ୍ୟ ଲାଗୁ କରାଯିବ ବୋଲି ସେ ଦାବି କରିଛନ୍ତି । ଏନଆରସି ମାଧ୍ୟମରେ ଭାରତୀୟ ମୁସଲମାନମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ଓୱେସି ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.