fbpx

ପ୍ରେଗନେନ୍ସି ପାଇଁ ବ୍ରେକ୍ ନେବେ ଦୀପିକା ! ଜାଣନ୍ତୁ କ’ଣ ରହିଛି ପ୍ଲାନ୍

ମୁମ୍ବାଇ: ବଲିଉଡ଼ର ମସ୍ତାନୀ ଭାବରେ ପରିଚିତ ଦୀପିକା ପାଦୁକୋନ । ବର୍ତ୍ତମାନ ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ତାଙ୍କ ଜୀବନର ଉତ୍ତମ ମୁହୂର୍ତ୍ତ ଉପଭୋଗ କରୁଛନ୍ତି । ନିକଟରେ ଦୀପିକା ଏବଂ ରଣବୀରଙ୍କ ଘରେ ଖୁବ୍ ଶୀଘ୍ର କୁନି ଅତିଥି ଆସିବା ନେଇ ସୋସିଆଲ ମିଡ଼ିଆରେ ମାଧ୍ୟମରେ ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେଇଥିଲେ । ଏହା ପରେ ସୋସିଆଲ ମିଡ଼ିଆରେ ପ୍ରଶଂସକମାନଙ୍କର ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଥିଲା । ରିପୋର୍ଟରୁ ପ୍ରକାଶ ଯେ ଦୀପିକା ନିଜ ପାଇଁ ନୂଆ ନିୟମ ଜାରି କରିବା ସହ ପ୍ରି ମମି ବ୍ରେକରେ ଯିବା ପାଇଁ ପ୍ରସ୍ତୁତି କରୁଛନ୍ତି ।

କ’ଣ ରହିଛି ଦୀପିକାଙ୍କ ପ୍ଲାନ୍ ?

ବର୍ତ୍ତମାନ ଦୀପିକା ଏଭଳି ସ୍ଥିତିରେ ଅଧିକା କାମ କରିବାକୁ ଚାହୁଁନାହାଁନ୍ତି । ସେ କେବଳ ଏହି ମୁହୂର୍ତ୍ତ ଉପଭୋଗ କରିବାକୁ ଚାହୁଁଛନ୍ତି । ପ୍ରଥମ ଟ୍ରାଇମିଷ୍ଟର ଚାଲୁଥିବାରୁ ସେ ତାଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଅଧିକ ଭ୍ରମଣ କରୁ ନାହାଁନ୍ତି । କେବଳ ବେଙ୍ଗାଲୁରୁ ସ୍ଥିତ ତାଙ୍କ ମାତା ପିତାଙ୍କ ଘରକୁ ଯାଉଛନ୍ତି । ପ୍ରେଗନେନ୍ସି ସମୟରେ ସେମ ତାଙ୍କ ମା’ ଏବଂ ଶାଶୁଙ୍କ ଠାରୁ ଟିପ୍ସ ନେଉଛନ୍ତି । ଅପରପକ୍ଷରେ ରଣବୀର ମଧ୍ୟ ଏଭଳି ସ୍ଥିତିରେ ଦୀପିକାଙ୍କର ବହୁତ ଯତ୍ନ ନେଉଛନ୍ତି । ଦୀପିକା ତାଙ୍କର ସମସ୍ତ ୱାର୍କ କମିଟମେଣ୍ଟ ସମ୍ପୂର୍ଣ୍ଣ କରିସାରିଛନ୍ତି । ତେବେ ସେ ବ୍ରେକ୍ ନେବେ ନା ନାହିଁ ସେ ନେଇ କିଛି କହିନାହାଁନ୍ତି ।

ବୃତ୍ତିଗତ ଜୀବନ: ଫିଲ୍ମ ଫାଇଟରରେ ଦୀପିକାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏଥିରେ ହ୍ରିତିକ ରୋଶନ ଲିଡ୍ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମକୁ ନେଇ ବେଶି ଆଶା ଥିଲା କିନ୍ତୁ ଭଲ ଚାଲି ପାରିନଥିଲା । ବର୍ତ୍ତମାନ ସେ ଫିଲ୍ମ କଲକୀ ୨୮୯୮ରେ ନଜର ଆସିବେ । ଏଥିରେ ପ୍ରଭାସ ଏବଂ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଭାସଙ୍କ ସହ ଏହା ଦୀପିକାଙ୍କର ପ୍ରଥମ ଫିଲ୍ମ ହେବ ।

Get real time updates directly on you device, subscribe now.