fbpx

(Video) ସାଙ୍ଗର ପ୍ରେମ ପାଇଁ ମିଡିଏଟର ହୋଇଥିଲେ…ହେଲେ ଅକାଳରେ ସେହି ସାଙ୍ଗର ପ୍ରେମ ପାଇଁ ଚାଲିଗଲେ

ଭୁବନେଶ୍ୱର: ସାଙ୍ଗର ପ୍ରେମ ପାଇଁ ମିଡିଏଟର ହୋଇଥିଲେ । ପ୍ରେମକୁ ନେଇ ଯୁବକଙ୍କର ପାଖକୁ ବୁଝାଇବାକୁ ଯାଇଥିଲେ । ରାତି ଅଧରେ ଗୋଡ଼ାଇ ଗୋଡ଼ାଇ ହାଣିଲା । ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଲେ । ମିଡିଏଟର ହେଉଥିଲୁ ଏବେ ହଣା ଖା କହି ହାଣି ଚାଲିଲେ । ଘୁସୁଡ଼ୁଥିଲେ ଯୁବକ ତଥାପି ଦୟାମାୟା ଦେଖାଇଲେ ନାହିଁ । ବିକଳ ହୋଇ ଅନ୍ୟର ଘରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଶି ଗଲେ । ହଁ ଆଜ୍ଞା ସାଙ୍ଗର ପ୍ରେମ ପାଇଁ ମଡିଏଟର ହେବା ଆଜି ଆଉ ଜଣେ ସାଙ୍ଗ ପାଇଁ କାଳ ପାଲଟି ଯାଇଛି । କିଛିବି ଦୋଷ ନଥାଇ ବି ତାଙ୍କୁ ହାଣି ପକାଇଛନ୍ତି । ଖାଲି ବୁଝାଇବା ପାଇଁ ଯାଇଥିଲେ । ଯାହା ସବୁ ଅସୁବିଧା ଅଛି ସମାଧାନ କରିବାକୁ ଚାହୁଁଥିଲେ ।

ହେଲେ ଅନ୍ୟପଟେ ଥିବା ଯୁବକ ମାନେ ପୁରା ରାଗି ଯାଇଥିଲେ । ଆଉ ଯୁବକଙ୍କୁ ତାଙ୍କର ପାଖରେ ପାଇ ହାଣି ପକାଇଲେ । ଏମିତି କିଛି ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଭୁବନେଶ୍ୱର କଟକ ରୋଡ ସ୍ଥିତ ଚିନ୍ତାମଣିଶ୍ୱର ଅଞ୍ଚଳରେ । ଅଭିଯୁକର ନାମ ହେଉଛି କାହ୍ନା ପ୍ରଧାନ । ଆଉ ଏ ହେଉଛନ୍ତି ସେହି ପ୍ରେମିକା ଯାହା ପାଇଁ ଜୀବନ ଚାଲିଯାଇଛି । କାରପଟଦାର ଏହି ପ୍ରେମିକା ବୋଲି ଅଭିଯୋଗ ହୋଇଛି । ତେବେ ରିଲ୍ସ କରୁଥିବା ଯୁବକ ଏତେ ନୃସଂହ ହୋଇପାରେ ତାହା ଏହି ଘଟଣାରୁ ଜଣାପଡ଼ିଯାଉଛି । ସାଧାରଣ ଦେଖା ଯାଉଥିବା ଏହି ଯୁବକ ହାଣି ହାଣି ହତ୍ୟା କରିଛନ୍ତି । ତେବେ ଏହି ଅଭିଯୁକ୍ତ କାହ୍ନାଙ୍କ ପ୍ରେମିକା ପୂର୍ବରୁ ମୃତ ଅଞ୍ଜନଙ୍କ ସାଙ୍ଗ ଗୌତଙ୍କ ପ୍ରେମିକା ଥିଲେ । ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବ୍ରେକଅପ ହୋଇଥିଲା । ଯାହାକୁ ନେଇ ସମ୍ପର୍କର ସାମଧାନ କରିବାକୁ ଯାଇଥିଲେ ମୃତ ଅଞ୍ଜନ ।

ହେଲେ ପୂର୍ବରୁ ପ୍ରସ୍ତୁ ହୋଇ ରହିଥିବା କାହ୍ନା ତାଙ୍କ ସାଙ୍ଗ ମାନଙ୍କ ସହ ଚୋଟ ମାରିବାକୁ ଲାଗିଥିଲେ । ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ଚୋଟ ମାରିଥିଲେ । ଡାକ୍ତର ଖାନାରେ ଚିକିତ୍ସା ସମୟରେ ଅଞ୍ଜନଙ୍କର ମୃତ୍ୟୁ ହୋଇଯାଇଛି । ଆଉ ଏହି ଖବର ଅଞ୍ଜନ ପରିବାର ଲୋକଙ୍କ ପାଦତଳୁ ମାଟି ଖସାଇ ଦେଇଛି । ଗୋଟିଏ ପୁଅକୁ ହରାଇ ଅଞ୍ଜନଙ୍କ ମା ଏବଂ ଭଉଣୀ ଛାତିକୁ ପିଟି କାନ୍ଦୁଛନ୍ତି । କହୁଛନ୍ତି ମୋ ପୁଅର କିଛି ବି ଦେଷ ନଥିଲା । ସେ ଆଜି ମିଡିଏଟର ହୋଇ ତାର ପ୍ରାଣ ଚାଲିଯାଇଛି । ତେବେ ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ କାହ୍ନା ପ୍ରଧାନ ଏବଂ ପ୍ରେମିକା ଫେରାର ହୋଇଯାଇଛନ୍ତି ।

 

Get real time updates directly on you device, subscribe now.