fbpx
BSKY SKY
BSKY SKY

ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ ଉପହାର, ୧୫ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ

BSKY

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲକୁ ନେଇ ଏକ ବଡ ଉପହାର ଦେଇଛନ୍ତି । ଭାରତର ଲାକ୍ଷାଦ୍ୱୀପରେ ଆଣ୍ଡ୍ରୋଟ୍ ଓ କଳ୍ପେନୀ ଦ୍ୱୀପ ଲାଗି କେନ୍ଦ୍ର ସରକାର ପେଟ୍ରୋଲ ଦାମ୍ ଲିଟର ପିଛା ୧୫ଟଙ୍କା ୩ ପଇସା ଶସ୍ତା କରିଛନ୍ତି । ସେହିପରି କାବାରତି ଓ ମିନିକୟ ପାଇଁ ୫ଟଙ୍କା ୨ ପଇସା ହ୍ରାସ କରିଛନ୍ତି । ଆଜିଠାରୁ ଏହି ନୂଆ ଦର ସେଠାରେ ଲାଗୁ ହେବ ।

ପେଟ୍ରୋଲ ଓ ଡିଜେଲ୍ ଦାମ୍ ଏତେ ମାତ୍ରାରେ ହ୍ରାସ ପରେ ଏବେ ଲାକ୍ଷାଦ୍ୱୀପରେ ପେଟ୍ରୋଲର ମୂଲ୍ୟ ଲିଟର ପ୍ରତି ୧୦୦.୭୫ ପଇସା ଓ ଡିଜେଲର ଦାମ୍ ୯୫ଟଙ୍କା ୭୧ ପଇସା ହୋଇଛି । ଏଠାରେ ସୂଚାଇ ଦିଆଯାଇପାରେ କି ଗତ କିଛି ଦିନ ତଳେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ଦାମ୍ ଲିଟର ପ୍ରତି ୨ ଟଙ୍କା ହ୍ରାସ କରିଥିଲେ । ତେବେ ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବାର ଠିକ୍ ପୂର୍ବରୁ ସରକାର ଏହି ଘୋଷଣା କରିଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ପେଟ୍ରୋଲିୟମ ଓ ନେଚୁରାଲ ଗ୍ୟାସ୍ ମନ୍ତ୍ରଣାଳୟ ପେଟ୍ରୋଲ ଓ ଡିଜେଲ୍ ଦାମ୍‌ରେ ଏହି ବଡ ଧରଣର ହ୍ରାସ ବିଷୟରେ ସୂଚନା ଦେଇଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଲାକ୍ଷାଦ୍ୱୀପର ୪ ଦ୍ୱୀପରେ ଆଇଓସିଏଲ୍ ପେଟ୍ରୋଲ ଓ ଡିଜେଲ୍ ଯୋଗାଇଥାଏ । ଆଇଓସିଏଲ୍‌ର କବରତି ଓ ମିନିକୟରେ ଡିପୋ ରହିଛି । ତେବେ ଏଠାରେ ବହୁତ କମ୍ ଓ ଅବ୍ୟବହାର୍ଯ୍ୟ ମାତ୍ରା କାରଣରୁ ପୁଞ୍ଜିଗତ ବ୍ୟୟ ଆଦାୟ ଲାଗି ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦାମ୍‌ରେ ଲିଟର ପ୍ରତି ୬.୯୦ ଟଙ୍କା ସାମିଲ କରାଯାଇଥିଲା । ଏହା ଗତ ୩ ବର୍ଷ ଧରି ସାମିଲ ଥିଲା । କିନ୍ତୁ ଏବେ ଆଦାୟ ଶେଷ ହୋଇଯାଇଥିବାରୁ ଏହାକୁ ହଟାଇ ଦିଆଯାଇଛି । ଫଳରେ ପେଟ୍ରୋଲ ଓ ଡିଜେଲ ଆରଏସପି ପ୍ରାୟ ୬.୯୦ପଇସା କମ୍ ହୋଇଯିବ । ଫଳରେ ଗ୍ରାହକଙ୍କୁ ଲାଭ ମିଳିବ ।

Get real time updates directly on you device, subscribe now.