fbpx

ଭାରତୀୟ ଡାକରେ ନିଯୁକ୍ତି ପାଇବାର ସୁବର୍ଣ୍ଣ ସୁଯୋଗ: ମାସିକ ଦରମା ୩୦୦୦୦ ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ଡାକ ବା ଇଣ୍ଡିଆ ପୋଷ୍ଟରେ ଚାକିରି ଖୋଜୁଥିବା ଯୁବପିଢ଼ିମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) କାର୍ଯ୍ୟନିର୍ବାହୀ ପଦବୀରେ ନିଯୁକ୍ତି ପାଇଁ ପଦବୀ ସୃଷ୍ଟି କରିଛି ।

ଯେକୌଣସି ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ ippbonline.com ମାଧ୍ୟମରେ ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଆଇପିପିବିର ଏହି ନିଯୁକ୍ତି ମାଧ୍ୟମରେ ମୋଟ ୪୭ ଟି ପଦବୀରେ ନିଯୁକ୍ତି କରାଯିବ । ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଏପ୍ରିଲ୍ ୫ କିମ୍ବା ପୂର୍ବରୁ ଆବେଦନ କରିପାରିବେ । ଯଦି ଆପଣ ମଧ୍ୟ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ରେ ଚାକିରି ପାଇବାକୁ ଚାହୁଁଛନ୍ତି, ତେବେ ଏହି ଜିନିଷଗୁଡ଼ିକୁ ଭଲଭାବେ ପଢ଼ନ୍ତୁ ।

ପୋଷ୍ଟ ସଂଖ୍ୟା :-
ଆଇପିପିବି ନିଯୁକ୍ତି ଡ୍ରାଇଭ ମାଧ୍ୟମରେ ମୋଟ ୪୭ ଟି ପୋଷ୍ଟ ପୂରଣ ହେବାକୁ ଯାଉଛି । ସେଥିମଧ୍ୟରୁ ୨୧ ଟି ପଦବୀ ସଂରକ୍ଷିତ ବର୍ଗ ପାଇଁ, ୪ ଟି ପଦବୀ ଇଡବ୍ଲୁଏସ ବର୍ଗ ପାଇଁ, ୧୨ ଟି ପଦବୀ ଓବିସି ବର୍ଗ ପାଇଁ, ୭ ଟି ପଦବୀ ଏସସି ବର୍ଗ ପାଇଁ ଏବଂ ତିନୋଟି ପଦବୀ ଏସଟି ବର୍ଗ ପାଇଁ ରହିଛି ।
ବୟସ ସୀମା :-
ଯେଉଁ ପ୍ରାର୍ଥୀମାନେ ଆଇପିପିବି ନିଯୁକ୍ତି ୨୦୨୪ ପାଇଁ ଆବେଦନ କରୁଛନ୍ତି, ସେମାନଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୫ ବର୍ଷ ହେବା ଉଚିତ୍ ।

ଆବେଦନ ଶୁଳ୍କ :-
ଏସସି/ଏସଟି/ପିଡବ୍ଲୁଡି ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବରେ ୧୫୦ ଟଙ୍କା ଦେବାକୁ ପଡିବ । ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୭୦୦ ଟଙ୍କା ରହିଛି ।

କିପରି ହେବ ଚୟନ :-
ଗ୍ରାଜୁଏଟ୍/ ଗ୍ରୁପ ଡିସକ୍ସନ/ ପର୍ସନାଲ ଇଣ୍ଟରଭ୍ୟୁରେ ପ୍ରାପ୍ତ ମାର୍କ ଆଧାରରେ ଆଇପିପିବି ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ କରାଯିବ ।

କିପରି ଚାକିରି ମିଳିବ :-
-ଆଇପିପିବି ୱେବସାଇଟ୍ ippbonline.comକୁ ଯାଆନ୍ତୁ ।
-ହାମପେଜରେ କ୍ୟାରିୟର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
-ପଞ୍ଜୀକରଣ କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ ।
ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
ଆବେଦନ ଶୁଳ୍କ ଦେବା ପରେ ସବମିଟ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
-ଭବିଷ୍ୟତର ପ୍ରମାଣ ପାଇଁ ଏହି ଆବେଦନ ଫର୍ମର ପ୍ରିଣ୍ଟଆଉଟ୍ ନିଅନ୍ତୁ ।

Get real time updates directly on you device, subscribe now.