fbpx
BSKY SKY
BSKY SKY

ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପିକୁ ବଡ଼ ଝଟକା: ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଅଜୟ ପ୍ରତାପ ସିଂହ

BSKY

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ । ସେ ନେଇ ନିର୍ବାଚନ ଆୟୋଗଙ୍କ ତରଫରୁ ପ୍ରେସ୍ କନଫରେନ୍ସ ଆୟୋଜନ କରାଯାଇ ଭୋଟର ଓ ମତଦାନ ପ୍ରକ୍ରିୟା ବାବଦରେ ସୂଚନା ଜାରି କରାଯାଉଛି । ଏଥର ନିର୍ବାଚନରେ ମୋଟ ୯୭ କୋଟି ଭୋଟର ମତଦାନ କରିବେ । ସେଥିପାଇଁ ୧୦.୫ ଲକ୍ଷ ପୋଲିସ ବୁଥ ପ୍ରସ୍ତୁତ କରାଯିବ ଓ ୫୫ ଲକ୍ଷ ଇଭିଏମ୍ ବ୍ୟବହାର କରାଯିବ । ୮୫ ବର୍ଷରୁ ଅଧିକ ବୟସର ଭୋଟର ଓ ଦିବ୍ୟାଙ୍ଗ ଭୋଟରମାନେ ନିଜ ଘରେ ଭୋଟ ଦେଇ ପାରିବେ ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପିକୁ ଲାଗିଛି ଏକ ବଡ଼ ଝଟକା । ମଧ୍ୟପ୍ରଦେଶର ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଅଜୟ ପ୍ରତାପ ସିଂହ ଦଳରୁ ଇସ୍ତଫା ଦେଇଛନ୍ତି । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଅଜୟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଅଜୟଙ୍କୁ ଲୋକସଭା ଟିକେଟ୍ ନ ମିଳିବାରୁ ସେ ଅସନ୍ତୁଷ୍ଟ ରହିଥିଲେ । ଆଗାମୀ ନିର୍ବାଚନରେ ସେ ସ୍ୱାଧୀନ ଭାବେ ଲଢ଼ିବାର ସମ୍ଭାବନା ରହିଛନ୍ତି । ସୀଧୀ ଲୋକସଭା ଆସନରୁ ଅଜୟ ବିଜେପି ପ୍ରାର୍ଥୀ ଭାବେ ଦାବିଦାର ଥିଲେ, ମାତ୍ର ତାଙ୍କୁ ଟିକେଟ ମିଳିନଥିଳା । ଗତ ୨୦୧୮ ମସିହାରେ ଅଜୟ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.