fbpx

ଶୁଟିଂ ବେଳେ ଅଘଟଣ: ସାଉଥ ସୁପରଷ୍ଟାର ବିଜୟ ଆହତ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆହତ ହୋଇଛନ୍ତି । ଫିଲ୍ମ ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଚୋଟ ଲାଗିଥିବା ଜଣାପଡ଼ିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଖବର ପାଇବା ପରେ ବିଜୟଙ୍କର ଫ୍ୟାନ୍ସଙ୍କର ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ସମୟରେ ବିଜୟ ତାଙ୍କର ଆଗମୀ ଫିଲ୍ମ ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ର ଶୁଟିଂରେ ବ୍ୟସ୍ତ ରହିଛନ୍ତି ।

ନିକଟରେ ବିଜୟ ନିଜର ବ୍ଲକବଷ୍ଟର ଫିଲ୍ମ ଗିଲ୍ଲୀକୁ ନେଇ ନିର୍ମାତାଙ୍କ ସହିତ ଆଲୋଚନା କରିଥିଲେ । ନିକଟରେ ଫିଲ୍ମକୁ ସିନେମା ଘରେ ଦ୍ୱିତୀୟ ଥର ପାଇଁ ରିଲିଜ କରାଯାଇଥିଲା । ଫିଲ୍ମ ପୁନଃ ରିଲିଜ ହେବାର ଖାସ୍ ଅବସରରେ ଫିଲ୍ମ ମେକର୍ସଙ୍କ ତରଫରୁ ବିଜୟଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଫିଲ୍ମକୁ ଦର୍ଶକ ବେଶ୍ ପସନ୍ଦ କରିଥିବା ବେଳେ ସେନେଇ ଅଭିନେତାଙ୍କୁ ସମ୍ମାନିତ କରାଯାଇ ବେକରେ ଏକ ଫୁଲ ହାର ପିନ୍ଧାଯାଇଥିଲା । ଉକ୍ତ ଫଟୋ ସୋସିଆଲ ମିଡ଼ିଆରେ ଦ୍ରୁତ ଭାବେ ଭାଇରାଲ ହୋଇଯାଇଥିଲା । ସେହି ଫଟୋରେ ବିଜୟଙ୍କର ହାତରେ କିଛି ଆଘାତ ଲାଗିଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.