fbpx

ବିହାର ହୋଟେଲରେ ଅଗ୍ନିକାଣ୍ଡ: ୬ ଜଣଙ୍କ ମୃତ୍ୟୁ, ଉଦ୍ଧାରରେ ବଞ୍ଚିଲା ୪୫ ଜଣଙ୍କ ପ୍ରାଣ

ପାଟଣା: ବିହାରର ପାଟଣାରେ ହୋଇଥିବା ଭିଷଣ ଅଗ୍ନିକାଣ୍ଡରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ୭ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି, ଏମାନଙ୍କୁ ପାଟଣାର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଭୟାବହ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି ପାଟଣାର ଏସପି ଚନ୍ଦ୍ର ପ୍ରକାଶ । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ତିନି ଜଣ ପୁରୁଷ ଚିହ୍ନଟ ହୋଇଛନ୍ତି । ପାଟଣା ଷ୍ଟେସନ ପାଖରେ ଥିବା ପାଲ ହୋଟେଲ ସହ ରେଷ୍ଟୁରାଣ୍ଟରେ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି । ପୋଲିସ କହିବାନୁଯାୟୀ, ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରିଜଣଙ୍କର ମୃତ୍ୟୁ ଚିକିତ୍ସା ସମୟରେ ହୋଇଛି ।

ହୋଟେଲରେ ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା । ତେବେ ନିଆଁକୁ କାବୁ କରିବା ଲାଗି ଅଗ୍ନିଶମ ବାହିନୀଙ୍କୁ ଖାସ ବ୍ୟବସ୍ଥା କରିବାକୁ ପଡିଥିଲା । ନିଆଁକୁ ଆୟତ୍ତ କରିବା ଲାଗି ଅନେକ ସମୟ ଲାଗିଥିଲା । ହୋଟେଲ ନିଆଁରେ ଫଶିଯାଇଥିବା ୪୫ ଜଣଙ୍କୁ ଉଦ୍ଧାର କରାଯାଇଛି । ୩୮ ଜଣଙ୍କ ଚିକିତ୍ସା ପଟଣାର ପିଏମସିଏଚରେ ଜାରି ରହିଛି ।

Get real time updates directly on you device, subscribe now.