fbpx

ଦୁଇ ବିଜେଡି ନେତାଙ୍କ ଉପରୁ ନିଲମ୍ବନ ହଟିଲା: ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଦଳର ସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ନିକଟରେ ବିଜେଡି ଲୋକସଭା ଓ ରାଜ୍ୟସଭା ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଗକୁ ବାକି ଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ।

ତେବେ ଏହା ମଧ୍ୟରେ ବିଜେଡି ଶିବିରରୁ ଆସିଛି ଏକ ବଡ଼ ଖବର । ନିର୍ବାଚନ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଦୁଇଜଣ ନେତାଙ୍କ ଉପରୁ ନିଲମ୍ବନ ହଟାଇ ଦିଆଯାଇଛି । କଳାହାଣ୍ଡି ଜିଲ୍ଲାର ମଣିନ୍ଦ୍ର ମହାନ୍ତି ଓ ଜୟନ୍ତ ନାଏକଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଛି । ଏନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.