fbpx

ୱେଟିଂ ଟିକେଟ୍ କ୍ୟାନସେଲ କଲେ ଏବେ ଏତିକି ଲାଗିବ ଚାର୍ଜ, ରେଲୱେ ନେଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ:ଭାରତୀୟ ରେଳରେ ପ୍ରତିଦିନ ୩ କୋଟି ପାଖାପାଖି ଲୋକ ଯାତ୍ରା କରିଥାନ୍ତି । ଭାରତୀୟ ରେଳ ବିଭାଗ ବିଶ୍ୱର ୪ର୍ଥ ବୃହତ୍ତ ରେଳ ବ୍ୟବସ୍ଥା । ଗତ କିଛି ବର୍ଷ ଭିତରେ ଭାରତୀୟ ରେଲୱେରେ ବହୁ ପରିବର୍ତ୍ତନ ଆସିଛି । ରେଲୱେରେ ଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି । ଷ୍ଟେସନରେ ମଧ୍ୟ ସ୍ଥିତିରେ ସୁଧାର ଆସିଛି । ସେହିପରି ବିଭିନ୍ନ ସ୍ଥାନରେ ଟ୍ରେନର ଗତି ମଧ୍ୟ ବଢିଛି ।

ଏତେସବୁ ପରିବର୍ତ୍ତନ ପରେ ରେଲୱେରେ କିଛି କିଛି ଏପରି ନିୟମ ରହିଛି ଯାହା ଦୀର୍ଘ ଦିନରୁ ଚାଲି ଆସୁଛି । ଏପରି ଏକ ନିୟମ ହେଉଛି ରେଲୱେରେ ଟିକେଟ୍ କ୍ୟାନସେଲ୍‌କୁ ନେଇ ଥିବା ଚାର୍ଜେସକୁ ନେଇ । ଏଥିରୁ ରେଲୱେକୁ ବଡ ରକମ ରୋଜଗାର ହୋଇଥାଏ । କିନ୍ତୁ ଯାତ୍ରୀଙ୍କୁ କ୍ଷତି ସହିବାକୁ ପଡିଥାଏ । ଏବେ ରେଲୱେ ୱେଟିଂ ଟିକେଟ୍ କ୍ୟାନସଲେସନ ଚାର୍ଜେସକୁ ନେଇ ଥିବା ଏହାର ନିୟମରେ ପରିବର୍ତ୍ତନ କରିଛି ।

ଭାରତୀୟ ରେଲୱେ ପକ୍ଷରୁ ଯାତ୍ରୀଙ୍କ ସୁବିଧାକୁ ଦେଖି ଟିକେଟ୍ କ୍ୟାନସଲେସନକୁ ନେଇ ପରିବର୍ତ୍ତନ କରାଯାଇଛି । ଏବେ ୱେଟିଂ ଓ ଆରସି ଟିକେଟ୍ କ୍ୟାନସଲେସନ କ୍ଷେତ୍ରରେ ରେଲୱେ ପକ୍ଷରୁ ଅଲଗା ଚାର୍ଜ ନିଆଯିବ ନାହିଁ । ନୂଆ ନିୟମ ଅନୁଯାୟୀ କୌଣସି ଟିକେଟ୍ ୱେଟିଂରେ ରହିଥିଲେ କିମ୍ବା ଆର୍‌ଏସିରେ ରହିଥିଲେ ସେଥିରେ ସର୍ଭିସ୍ ଚାର୍ଜ ଆକାରରେ ଏକ୍ସଟ୍ରା ପଇସା ନିଆଯିବ ନାହିଁ ।

ନୂଆ ନିୟମ ଅନୁସାରେ ଏବେ ନିର୍ଦ୍ଧାରିତ ୬୦ଟଙ୍କା କଟିବ । ସ୍ଲିପରରେ ୧୨୦ଟଙ୍କା ଚାର୍ଜ କଟିବ, ଥାର୍ଡ ଏସିରେ ଟିକେଟ୍ କ୍ୟାନସେଲ କଲେ ୧୮୦ଟଙ୍କା, ସେକେଣ୍ଡ ଏସିରେ ୨୦୦ଟଙ୍କା, ଫାଷ୍ଟ ଏସିରେ ୨୪୦ଟଙ୍କା କଟିବ ।
ପୂର୍ବରୁ ରେଲୱେ ୱେଟିଂ ଓ ଆରଏସି ଟିକେଟ୍ କିମ୍ବା ଅନ୍ୟ ଟିକେଟ୍ କ୍ୟାନସେଲ୍ ହେଲେ ସର୍ଭିସ ଚାର୍ଜ ଓ କନଭିନିଆନ୍ସ ଫି’ ଆକାରରେ ମୋଟା ରକମ ଆଦାୟ କରୁଥିଲା । ଫଳରେ ରେଲୱେ ରାଜସ୍ୱକୁ କୋଟି କୋଟି ଟଙ୍କା ଆୟ ହେଉଥିଲା । ଏବେ ରେଲୱେ ପକ୍ଷରୁ ଚାର୍ଜେସ୍ ଧାର୍ଯ୍ୟ କରିଦିଆଯାଇଛି ।

Get real time updates directly on you device, subscribe now.