fbpx

(Video) ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ଘଟଣା; ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ସେହି ସମୟର ଛାତିଥରା ଦୃଶ୍ୟ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ତ୍ରିକୋଣୀୟ ପ୍ରେମକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳ ହତ୍ୟାକାଣ୍ଡ ଘଟଣାରେ ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ସେହି ସମୟର ଛାତିଥରା ଦୃଶ୍ୟ । ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ କିପରି ଖଣ୍ଡାରେ ହାଣି ମାରିଦେଲେ ପ୍ରେମିକା-ପ୍ରେମିକ । ଜଣେ ଯୁବତୀଙ୍କ ସହ କଥା ହେଉଥିବା ବେଳେ ଯୁବକଙ୍କୁ ହତ୍ୟା କରାଯାଇଛି । ପୂର୍ବତନ ପ୍ରେମିକ ଆକ୍ରମଣ କରିଥିବା ସୂଚନା ।

ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର୍ ଥିବା ଜଣାପଡ଼ିବା ପରେ ପୋଲିସର ତନାଘନା ଜାରି ରହିଛି । ତେବେ ସେହି ଯୁବକର ନାମ ରଞ୍ଜନ ବେହେରା ହୋଇଥିବା ଜଣାପଡ଼ିଛି । ଖଣ୍ଡା ଚୋଟରୁ ଅଳ୍ପକେ ବର୍ତିଲେ ପ୍ରତ୍ୟକ୍ଷଦର୍ଶୀ । ଖୋର୍ଦ୍ଧାରୁ ଫେରିବା ବେଳେ ଫୋନ କରି ହାଣିଲା ଅଭିଯୁକ୍ତ । ତାଙ୍କର ସେହି ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଅଭିଯୁକ୍ତ ମୃତ ରଞ୍ଜନକୁ ଅଗରୁ ଡାକିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଏହି ପ୍ରତ୍ୟକ୍ଷଦର୍ଶୀ ଜଣଙ୍କ ନିଜକୁ ମୃତ ରଞ୍ଜନର ଭାଇ କହୁଛନ୍ତି । 

Get real time updates directly on you device, subscribe now.