fbpx

ବହୁ ପୂର୍ବରୁ ଶେଷ ହୋଇସାରିଲାଣି କଳିଯୁଗ; ତେବେ ଏବେ ଆମେ କେଉଁ ଯୁଗରେ, କ’ଣ କହୁଛନ୍ତି ସଦ୍‌ଗୁରୁ

ନୂଆଦିଲ୍ଲୀ: ଆମେ ସମସ୍ତେ ଏବେ କଳିଯୁଗରେ ବାସ କରୁଛୁ ବୋଲି ଜାଣିଛୁ । କିନ୍ତୁ ଆଧ୍ୟାତ୍ମିକ ଗୁରୁ ଜଗି ବାସୁଦେବ କହିଛନ୍ତି ଆମେ କଳିଯୁଗରେ ନୁହେଁ ବରଂ ଦ୍ୱାପର ଯୁଗରେ ବାସ କରୁଛୁ । ୨୦୮୩ରେ ଆମେ ସମସ୍ତେ ଦ୍ୱାପର ଯୁଗରୁ ତ୍ରେତୟା ଯୁଗକୁ ଆସିଯିବୁ ।

ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗ ଦେଇ ସଦଗୁରୁ ଏହା କହିଛନ୍ତି । ତେବେ ଏହି ସମୟରେ ତାଙ୍କୁ ରାମରାଜ୍ୟର କଳ୍ପନା ବିଷୟରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଆମେମାନେ ପ୍ରଥମେ ଏହା ଜାଣି ରଖିବା ଉଚିତ କି ଆମେ ଏବେ କଳିଯୁଗରେ ନାହୁଁ । ତେବେ କଳିଯୁଗ ବିଷୟରେ ବାରମ୍ବାର ଏଇଥିପାଇଁ କୁହାଯାଉଛି କି ଭଗବାନ କୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧରେ କଳିଯୁଗ ବିଷୟରେ କହିଛନ୍ତି । କିନ୍ତୁ ଗ୍ରହ ସ୍ଥିତି ଅନୁସାରେ ପ୍ରତ୍ୟେକ ୭୨ ବର୍ଷରେ ଗ୍ରହ ପ୍ରାୟ ଏକ ଡିଗ୍ରୀ ବଢିଥାଏ । ଏହା ୨୫ ହଜାର ୯୨୦ ବର୍ଷର ସମୟଚକ୍ର ଅଟେ । ଯାହା ସତ୍ୟ ଯୁଗରୁ ତ୍ରେତୟା, ତ୍ରେତୟାରୁ ଦ୍ୱାପର ଓ ଦ୍ୱାପରରୁ କଳିଯୁଗର କଥା କହିଥାଏ । କଳିଯୁଗ ଓ ଦ୍ୱାପରର ଆଗମନ ଏକ ସଙ୍ଗେ ହୋଇଛି ଓ ୨୫୯୦୦ବର୍ଷର ସମୟ ଚକ୍ର ବହୁତ ପୂର୍ବରୁ ଆସିସାରିଛି । ଏଣୁ ୨୦୮୩ରେ ଆମେ ସମସ୍ତେ ସଂପୂର୍ଣ୍ଣ ଭାବରେ ଦ୍ୱାପର ଯୁଗରୁ ତ୍ରେତୟା ଯୁଗକୁ ଯିବା ।

ସଦଗୁରୁ କହିଛନ୍ତି କଳିଯୁଗ ବହୁତ ପୂର୍ବରୁ ଶେଷ ହୋଇ ସାରିଲାଣି । ରାମରାଜ୍ୟ ମେଟାଫର ରୂପରେ ଏକ ଚଏସ୍ । ସେ କହିଛନ୍ତି, ରାମରାଜ୍ୟର ନିର୍ମାଣ କରିବା ଅର୍ଥ ଏକ ଉତ୍ତମ ରାଷ୍ଟ୍ର ନିର୍ମାଣ ଲାଗି ଚେଷ୍ଟା କରିବା । ତେବେ ଆପଣ ଏହା ହାସଲ କରିଛନ୍ତି କି ନା ଏହାର କୌଣସି ଅର୍ଥ ନାହିଁ । କିନ୍ତୁ ଆପଣ ଏଥିପାଇଁ ଚେଷ୍ଟା କରିଛନ୍ତି କି ନା ଏହା ହିଁ ଗୁରୁତ୍ୱ ରଖିଥାଏ ।

Get real time updates directly on you device, subscribe now.