fbpx

ଇମରାନ ଖାନଙ୍କୁ ଫେସବୁକ, ଗୁଗୁଲ ଓ ଟ୍ୱିଟର ଚେତାବନୀ- ‘ଆଇନ ପରିବର୍ତ୍ତନ ନକଲେ ଛାଡିଦବୁ ପାକିସ୍ତାନ’

ଇସଲାମାବାଦ,୨୧ ।୧୧: ନୂଆ ଡିଜିଟାଲ ଆଇନ ଆଣିବା ପରେ ବଡ ଅଡୁଆରେ ଫସିଛି ପାକିସ୍ତାନ । ଇଣ୍ଟରନେଟ ଓ ଟେକ୍ନୋଲୋଜିର ବଡ ବଡ କମ୍ପାନୀଗୁଡିକ ପାକିସ୍ତାନକୁ ଧମକ ଦେଇଛନ୍ତି ଯେ, ଯଦି ଏହି ଆଇନ ପରିବର୍ତ୍ତନ ନହୁଏ ତେବେ ପାକିସ୍ତାନରୁ ସେମାନଙ୍କ ବ୍ୟବସାୟକୁ ବନ୍ଦ କରିବାକୁ ବାଧ୍ୟ ହେବେ । ଏଥିରେ ଗୁଗୁଲ, ଫେସବୁକ ଓ ଟ୍ୱିଟର ଭଳି ବଡ ବଡ କମ୍ପାନୀ ସାମିଲ ରହିଛି ।

ତେବେ ବୁଧବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଘୋଷଣା କରିଛନ୍ତି ଯେ, ‘ଏବେ ଇଣ୍ଟରନେଟର ବିଷୟବସ୍ତୁ ଉପରେ ସେଣ୍ଟରସିପ ଆସିବ । ନିୟମ ଭାଙ୍ଗୁଥିବା କମ୍ପାନୀ ବିରୋଧରେ ଜରିମାନା ଲଗାଯିବ ।’

Get real time updates directly on you device, subscribe now.