fbpx

କୋଭାକ୍ସିନ ଟିକା ସଂରକ୍ଷଣକୁ ନେଇ ଡାକ୍ତରଙ୍କ ସୂଚନା

ନୂଆଦିଲ୍ଲ.୨୧ ।୧୧: ଭାରତରେ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ସଂରକ୍ଷଣ ପ୍ରସଙ୍ଗରେ ଟିକା ମାନବ ପରୀକ୍ଷଣ ମୁଖ୍ୟ ଡାକ୍ତର ଇ.ଭେଙ୍କଟ ରାଓ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘କୋଭାକ୍ସିନ ୨ ରୁ ୮ ଡିଗ୍ରୀ ତାପମାତ୍ରାରେ ସଂରକ୍ଷଣ କରିହେବ । ଅନ୍ୟ ଟିକା ଭଳି କୋଭାକ୍ସିନ ଟିକା ସଂରକ୍ଷଣ କରାଯାଇ ପାରିବ । ଭାରତର ସ୍ଥିତି ଦେଖିଲେ ଏହି ଟିକା ବ୍ୟବହାର ହୋଇପାରିବ । ଅନ୍ୟ ଦେଶ ଟିକା ଆମଦାନୀ କଲେ ସଂରକ୍ଷଣ କଷ୍ଟସାଧ୍ୟ ହେବ । ଶିଶୁଙ୍କୁ ଦିଆଯିବାକୁ ଥିବା ଟିକା ରଖିବାକୁ କୋଲ୍ଡ ଚେନ୍ ବ୍ୟବସ୍ଥା ନାହିଁ ।’

ତେବେ କରୋନା ସଙ୍କଟ ମଧ୍ୟରେ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ଚଣ୍ଡିଗଡର ପିଜିଆଇରେ ହୋଇଛି ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜଙ୍କ ଉପରେ ପ୍ରଥମେ ଟ୍ରାଏଲ କରାଯାଇଛି । କୋଭାକ୍ସିନ ଟିକା ନେବା ପରେ ଏବେ ଡାକ୍ତରଙ୍କ ନୀରିକ୍ଷଣରେ ରହିବେ ଅନିଲ । ୪୨ ଦିନ ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ରିପୋର୍ଟ ଆସିବ ।

Get real time updates directly on you device, subscribe now.