fbpx

Google Mapsରେ ଏବେ ବିନା ଇଣ୍ଟରନେଟରେ ସେୟାର କରିପାରିବେ ଲୋକେସନ, ଆସୁଛି ଦମଦାର ଫିଚର

ନୂଆଦିଲ୍ଲୀ: ସାରା ଦୁନିଆର ବଡ଼ ବଡ଼ କମ୍ପାନୀମାନ ଲଗାତାର ନିଜ ଆପ୍ସ ଏବଂ ସର୍ଭିସେଜକୁ ଅପଡେଟ କରୁଛନ୍ତି । ବର୍ତ୍ତମାନ ଗୁଗୁଲ ଆପରେ ଏକ ଧମଦାର ଫିଚର ସାମ୍ନାକୁ ଆସୁଛି । ଏହି ଫିଚର ସାଟେଲାଇଟ କନେକ୍ଟିଭିଟିକୁ ଆହୁରି ଉନ୍ନତ କରିବ । ରିପୋର୍ଟ ମୁତାବକ, ଡିଭାଇସରେ cellularର ନେଟୱର୍କ ଏବଂ ୱାଇ-ଫାଇ ନ ଥିବା କାରଣରୁ ଗୁଗୁଲ ମ୍ୟାପର ସାଟେଲାଇଟ କନେକ୍ଟିଭିଟୀ ଫିଚରର ସାହାଯ୍ୟ ନିଆଯାଇପାରିବ ।

ଗୁଗୁଲ ଆପ୍ସ ସାଟେଲାଇଟ କନେକ୍ଟିଭିଟୀ ଫିଚରର ବିଟା ଭର୍ଜନ ଲଞ୍ଚ କରାଯାଇଛି । ଏହି ଅପଡେଟର ଖାସ କଥା ହେଉଛି, ୟୁଜର୍ସ ଗୁଗୁଲ ମ୍ୟାପରେ ହିଁ ନିଜ ଲୋକେସନ ସେୟାର କରିପାରିବେ । ଯେଉଁ ଅଞ୍ଚଳରେ ମୋବାଇଲ ନେଟୱର୍କର ସମସ୍ୟା ରହିଛି, ସେଠାରେ ଏହି ଫିଚର ବହୁମାତ୍ରାରେ ଲାଭଦାୟକ ପ୍ରମାଣିତ ହେବ ।

ମିଡିଆ ରିପୋର୍ଟ ମୁତାବକ, ୟୁଜର୍ସ ଖୁବ ଶିଘ୍ର ଏହି ଅପଡେଟର ବ୍ୟବହାର କରିପାରିବ । ୟୁଜର୍ସ ୧୫ ମିନିଟ ପରେ ଗୁଗୁଲ ମ୍ୟାପରେ ଲୋକେସନ ସେୟାର କରିପାରିବେ । ହେଲେ ଏହି ସୁବିଧା ମାତ୍ର ୫ ଥର ମିଳିବ ।

ଗୁଗୁଲ ଏପର୍ଯ୍ୟନ୍ତ ଏହାର ରୋଲଆଉଟ କରିସାରିଛି, ଯାହାର ସୂଚନା ସେୟାର କରାଯାଇନାହିଁ । ଏହାକୁ ଏପର୍ଯ୍ୟନ୍ତ ଆଣ୍ଡ୍ରୋଏଡ ଡିଭାଇସ ସହ ଯୋଡାଯାଇନାହିଁ । ଗୁଗୁଲ ମ୍ୟାପରେ ସାଟେଲାଇଟ କନେକ୍ଟିଭିଟି କୌଣସି ମଧ୍ୟ ଏମରଜେନ୍ସି ସ୍ଥିତିରେ ଉପଯୋଗୀ ପ୍ରମାଣିତ ହେବ ।

Get real time updates directly on you device, subscribe now.