fbpx

ଭାରତରେ ଲଞ୍ଚ ହେଲା Google Pixel 6a, ପ୍ରି-ବୁକିଂରେ ମିଳୁଛି ବଢ଼ିଆ ଡିସ୍କାଉଣ୍ଟ

ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ଭାରତକୁ ପୁଣି ଥରେ ଫେରିଛି Google Pixel ସ୍ମାର୍ଟଫୋନ୍ । Pixel ସ୍ମାର୍ଟଫୋନର ପ୍ରି-ବୁକିଂ ଭାରତରେ ଆରମ୍ଭ ହୋଇଛି । ଏହା ପୂର୍ବରୁ ଗୁଗଲ ପିକ୍ସେଲ ୪ ଏ ଭାରତରେ ଦୁଇବର୍ଷ ପୂର୍ବେ ଲଞ୍ଚ ହୋଇଥିଲା । ସୂଚନାଯୋଗ୍ୟ, Pixel 6a କୁ ମେ ମାସରେ ଆୟୋଜିତ ହୋଇଥିବା Google I/O ୨୦୨୨ ରେ ଲଞ୍ଚ କରାଯାଇଥିଲା ।

ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ଫୋନର ଫିଚର୍ସ:

Google Pixel 6a ରେ ୬.୧୪ ଇଞ୍ଚର 90Hz ରିଫ୍ରେଶ ରେଟ୍ ସହ FHD+OLED ଡିସପ୍ଲେ ରହିଛି । ଡିସପ୍ଲେ ପୋଟେକ୍ସନରେ ପାଇଁ ଏହି ଫୋନରେ ଗୋରିଲା ଗ୍ଲାସ ୩ ରହିଛି । ଗୁଗଲର ଏହି ଫୋନରେ 5nm Google Tensor ଚିପସେଟ୍ ମିଳିବ । ଯାହାକୁ କମ୍ପାନୀ ସାମସଙ୍ଗ ସହ ମିଶି ତିଆରି କରିଛି । ଏଥିରେ ୬ ଜିବି ରାମ୍ ଏବଂ ୧୨୮ ଜିବି ଷ୍ଟୋରେଜ୍ ସପୋର୍ଟ ରହିଛି ।

ଫଟୋଗ୍ରାଫୀ ପାଇଁ ଫୋନରେ ୧୨.୨ ମେଗାପିକ୍ସଲର ଡୁଆଲ ରିୟର କ୍ୟାମେରା ସେଟଅପ ରହିଛି । ସେହିଭଳି ଫ୍ରଣ୍ଟରେ ୮ ମେଗାପିକ୍ସଲର ସେଲ୍ଫୀ କ୍ୟାମେରା ରହିଛି । ବ୍ୟାଟେରୀ ବିଷୟରେ କହିଲେ ଫୋନରେ 4410 mAh ର ବ୍ୟାଟେରୀ ରହିଛି, ଯାହା 18W ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ଫୋନରେ ୟୁଏସବି ଟାଇପ୍ ସି ପୋର୍ଟ ଦେଖିବାକୁ ମିଳିବ । ଏହା ଗୁଗଲର ଲେଟେଷ୍ଟ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଏହା ସହ ଏଥିରେ ସର୍ବପ୍ରଥମେ ଆଣ୍ଡ୍ରଏଡ୍ ୧୩ ମଧ୍ୟ ମିଳିବ । ଏହି ସ୍ମାର୍ଟଫୋନ୍ ଆଇପି୬୭ ୱାଟର ପ୍ରୁଫ୍ ରହିଛି । ଫୋନରେ ଇନ- ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି ।

ପିକ୍ସେଲ ୬ ଏ କୁ ଆପଣ ଫ୍ଲିପକାର୍ଟରେ ପ୍ରି-ବୁକ୍ କରିପାରିବେ । ତେବେ ଫୋନ୍ ର ଗୋଟିଏ ଭ୍ୟାରିଏଣ୍ଟ ୬ ଜିବି+ ୧୨୮ ଜିବି ଭାରତରେ ଲଞ୍ଚ ହୋଇଛି । ଏହା ଦୁଇଟି କଲର ଅପ୍ସନ, ଚକ୍ ଏବଂ ଚାରକୋଲରେ ଉପଲବ୍ଧ ହେବ । ଗୁଗୁଲ ଏହି ନୂଆ ସ୍ମାର୍ଟଫୋନକର ଦାମ ୪୩, ୯୯୯ ଟଙ୍କା ରହିଛି । କିନ୍ତୁ ପ୍ରି-ବୁକିଂରେ ଆପଣ ଏହାକୁ ୩୯,୯୯୯ ଟଙ୍କାରେ କିଣିପାରିବେ । ଯଦି ଆପଣଙ୍କ ପାଖରେ ଆକ୍ସିସ ବ୍ୟାଙ୍କ କାର୍ଡ ରହିଛି ତେବେ ଆପଣ ଆହୁରି ଶସ୍ତାରେ କିଣିପାରିବେ । ଆକ୍ସିସ ବ୍ୟାଙ୍କ୍ କାର୍ଡ ଏବଂ ଇଏମଆଇ ଟ୍ରାଞ୍ଜାକ୍ସନରେ ୪୦୦୦ ଟଙ୍କା ଡିସ୍କାଉଣ୍ଟ ମିଳୁଛି । ଫୋନ୍ ୨୮ ଜୁଲାଇରୁ ବିକ୍ରି ଆରମ୍ଭ ହେବ । ଫୋନରେ ଏକ୍ସଚେଞ୍ଜ ବୋନସ ମଧ୍ୟ ରହିଛି ।

 

Get real time updates directly on you device, subscribe now.