fbpx
BSKY
BJD SHG SKY
BJD YOUTH SKY

ରାଷ୍ଟ୍ରପତି ନିର୍ବାଚନରେ ୧୭ ଜଣ ସାଂସଦ କରିଛନ୍ତି କ୍ରସ୍ ଭୋଟିଂ! ସାମ୍ନାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଆଜି ସାରା ଦେଶରେ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଚାଲିଛି । ଦେଶର ରାଷ୍ଟ୍ରପତି ଆସନରେ କିଏ ବସିବ ତାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ସୁକତା ଭରି ରହିଛି । ଭାରତବର୍ଷର ନାଗରିକମାନେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିପକ୍ଷ ମହାମେଣ୍ଟ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମଧ୍ୟରୁ ଜଣଙ୍କୁ ନୂଆ ରାଷ୍ଟ୍ରପତି ଭାବେ ବାଛିବେ ।

ତେବେ ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ସମାପ୍ତ ହୋଇଛି । ଦ୍ରୌପଦୀଙ୍କୁ ୮୦୯ଟି ଭୋଟ ମିଳିଥିବା ବେଳେ ତାଙ୍କର ମୋଟ ଭୋଟ ୧୩୪୯ରେ ପହଞ୍ଚିଛି । ସେହିପରି ଯଶୱନ୍ତଙ୍କୁ ୩୨୯ଟି ଭୋଟ ମିଳିଥିବା ତାଙ୍କର ଭୋଟ ସଂଖ୍ୟା ୫୩୭ରେ ପହଞ୍ଚିଛି । ଦ୍ରୌପଦୀଙ୍କ ମୋଟ ଭୋଟ ମୂଲ୍ୟ ୪.୮୩ ଲକ୍ଷରେ ପହଞ୍ଚିଥିବା ବେଳେ ଯଶୱନ୍ତଙ୍କ ଭୋଟ ମୂଲ୍ୟ ୧.୮୯ ଲକ୍ଷରେ ପହଞ୍ଚିଛି । ତେବେ ପ୍ରଥମ ରାଉଣ୍ଡରେ ଦ୍ରୌପଦୀଙ୍କୁ ୫୪୦ଟି ଭୋଟ ମିଳିଥିବା ବେଳେ ତାଙ୍କର ଭୋଟ ମୂଲ୍ୟ ୩ ଲକ୍ଷ ୭୮ ହଜାର ରହିଥିଲା । ସେହିପରି ଯଶୱନ୍ତଙ୍କୁ ୨୦୮ଟି ଭୋଟ ମିଳିଥିବା ବେଳେ ତାଙ୍କର ଭୋଟ ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ରହିଥିଲା ।

ତେବେ ବର୍ତ୍ତମାନ ଗଣତି କାର୍ଯ୍ୟ ଅବ୍ୟାହତ ରହିଥିବା ବେଳେ ଏହା ମଧ୍ୟରେ କ୍ରସ୍ ଭୋଟିଂ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପ୍ରଥମ ରାଉଣ୍ଡରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ୫୨୩ଟି ଭୋଟ ମିଳିବାର ସମ୍ଭାବନା ରହିଥିଲା । ମାତ୍ର ୧୭ଟି ଭୋଟ ବୃଦ୍ଧି ପାଇ ତାଙ୍କୁ ୫୪୦ଟି ମିଳିଥିଲା । ତେଣୁ ବିରୋଧୀ ମହାମେଣ୍ଟର ୧୭ ଜଣ ସାଂସଦ କ୍ରସ୍ ଭୋଟିଂ କରି ଯଶୱନ୍ତଙ୍କ ବଦଳରେ ଦ୍ରୌପଦୀଙ୍କୁ ଭୋଟ ଦେଇଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.