fbpx

ବଢିବ କର୍ମଚାରୀଙ୍କ ଦରମା! ଏହି କ୍ଷେତ୍ରରେ ୬ ପ୍ରତିଶତ ବୃଦ୍ଧି ହୋଇପାରେ ସାଲାରୀ

ନୂଆଦିଲ୍ଲୀ: ଆସନ୍ତା ମାସରେ କେନ୍ଦ୍ରୀୟ କର୍ମଚାରୀମାନଙ୍କ ଊଇ (Dearness Allowance)କୁ ନେଇ ଏକ ବଡ ନିଷ୍ପତ୍ତି ନେଇ ପାରନ୍ତି । କର୍ମଚାରୀଙ୍କ ଡିଏରେ ବୃଦ୍ଧି କରିବା ନେଇ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏଥର ଏହି ଡିଏରେ ଏକ ଐତିହାସିକ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି । ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଆସନ୍ତା ବୈଠକରେ ଏ ନେଇ ନୂଆ ନିଷ୍ପତ୍ତି ନିଆଯାଇପାରେ ।

ସୂଚନା ଅନୁସାରେ, ଆସନ୍ତା ଅଗଷ୍ଟ ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ମୋଦି କେନ୍ଦ୍ରୀୟ କର୍ମଚାରୀଭ୍କ ଦରମାକୁ ନେଇ ଏକ ବଡ ଘୋଷଣା କରିପାରନ୍ତି । କର୍ମଚାରୀମାନଙ୍କ ଦରମାର ଡିଏରେ ୬ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେଯଦି ଏହା ସତ ହୁଏ, ତେବେ କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ସିଧା ୪୦ ପ୍ରତିଶତକୁ ବୃଦ୍ଧି ପାଇବ । ଅର୍ଥାତ ଆପଣଙ୍କ ଦରମାରେ ମଧ୍ୟ ବୃଦ୍ଧି ହେବ ।

ଚଳିତବର୍ଷ ଖୁଚୁରା ମୁଦ୍ରାସ୍ଫିତୀ ୬ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଅଖିଳ ଭାରତୀୟ ଖୁଚୁରା ମୁଲ୍ୟ ସୂଚକାଙ୍କ(ଏଆଇସିପିଆଇ) ମୁତାବିକ କର୍ମଚାରୀଙ୍କ ଭତ୍ତାରେ ମଧ୍ୟ ୫ରୁ ୬ ପ୍ରତିଶତ ବୃଦ୍ଧି ହେବା ଏକ ପ୍ରକାର ନିଶ୍ଚିତ ମନେ ହେଉଛି । ଯାହା ଦ୍ୱାରା କର୍ମଚାରୀଙ୍କ ଦରମାରେ ମଧ୍ୟ ଏକ ବଡ ଲାଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି କୌଣସି କର୍ମଚାରୀଙ୍କ ମାସିକ ଦରମା ୨୮,୪୫୦ ହୋଇଥାଏ, ତେବେ ତାଙ୍କର ୪୦ ପ୍ରତିଶତ ଡିଏ ଅର୍ଥାତ ୧୧,୩୮୦ ଟଙ୍କା । (ବର୍ତ୍ତମାନ ଏହି ଭତ୍ତା ୩୪ ପ୍ରତିଶତ ଅର୍ଥାତ ୯୬୭୩ ଟଙ୍କା ହେବ) ।

ମାସିକ ଦରମାରେ ବର୍ଦ୍ଧିତ ଭତ୍ତା=୧୧,୩୮୦-୯୬୭୩=୧୭୦୭ଟଙ୍କା ।

ଅର୍ଥାତ ବାର୍ଷିକ ଦରମା ବୃଦ୍ଧି ୨୦,୪୮୪ଟଙ୍କା ରହିବ ।

Get real time updates directly on you device, subscribe now.