fbpx

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଟିଏମସିର ବଡ଼ ନିଷ୍ପତ୍ତି, ଭୋଟ୍ ନଦେବା ପାଇଁ କଲେ ଘୋଷଣା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ମମତା ବାନାର୍ଜୀ ବଡ଼ ନିଷ୍ପତ୍ତି ନେଇଛନ୍ତି । ଟିଏମସି ସାଂସଦ ଏବଂ ପୁତୁରା ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଟିଏମସି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ । ଶରଦ ପୱାର ଟିଏମସିକୁ କହିଥିଲେ ଯେ ସେ ବିରୋଧୀ ଆଶାୟୀ ମାର୍ଗାରେଟ ଉଲଭା ଙ୍କ ସମର୍ଥନ କରନ୍ତୁ । ଏହା ଊପରେ ଟିଏମସି ତରଫରୁ କୁହାଯାଇଥିଲା ଯେ ସଂସଦୀୟ ଦଳ ବୈଠକ ପରେ ୨୧ ଜୁଲାଇରେ ନିଷ୍ପତ୍ତି ନିଆଯିବ ।

ରାଷ୍ଟ୍ରପତି ନିର୍ବାଚନରୁ ପୂର୍ବରୁ ମମତା ବାନାର୍ଜୀ ବେଶ୍ ସକ୍ରିୟ ଥିଲେ । ସେ ଦିଲ୍ଲୀରେ ବିରୋଧୀ ଦଳଙ୍କ ବୈଠକ ଡକାଇଥିଲେ । ପରେ ଟିଏମସି ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି କରିଥିଲା । ତେବେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ସକ୍ରିୟ ଥିବା ଦଳ ଏବେ ଉପରାଷ୍ଟ୍ରପତି ନିର୍ବାଚନରୁ ଏକ ପ୍ରକାର ଦୂରେଇ ରହିବା ଆଶ୍ଚର୍ଯ୍ୟ କରିଛି ।

ଅଭିଷେକ ବାନାର୍ଜୀ ଭୋଟିଂରୁ ଦୂରେଇ ରହିବାର କାରଣ କହିଛନ୍ତି । ସେ କହିଛନ୍ତି ବିରୋଧୀ ଆଶୟୀ ଘୋଷିତ କରିବା ପୂର୍ବରୁ କେହି ଟିଏମସିର ପରାମର୍ଶ ନେଇନଥିଲେ ଏବଂ ମାର୍ଗାରେଟ ଉଲଭାଙ୍କୁ ପ୍ରାର୍ଥୀ କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି । ତେଣୁ ଏଭଳି ସ୍ଥିତିରେ ଟିଏମସି ଭୋଟିଂରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.