fbpx

Google କରିବ କର୍ମଚାରୀଙ୍କ ଛଟେଇ, ବୈଶ୍ୱିକ ମାନ୍ଦାବସ୍ଥା ମଧ୍ୟରେ ଏହି କାରଣରୁ ଚିନ୍ତାରେ କମ୍ପାନୀ 

ନୂଆଦିଲ୍ଳୀ: ଦୁନିଆର ସବୁଠୁ ବଡ଼ ଟେକ୍ କମ୍ପାନୀ ମଧ୍ୟରୁ ଗୋଟିଏ ଗୁଗଲ ଏବେ ଚିନ୍ତାରେ । ଗୁଗଲ ବଡ଼ ଆକାରରେ ଏହାର କର୍ମଚାରୀଙ୍କୁ କାମରୁ ବାହାର କରିଦେବା ପାଇଁ ଚେତାବନୀ ଦେଇଛି । କମ୍ପାନୀ କହିଛି ଯେ ଯଦି କର୍ମଚାରୀ ନିଜ କାମରେ ସୁଧାର ନଆଣନ୍ତି ତେବେ କମ୍ପାନୀକୁ ଛାଡ଼ିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ବିଶ୍ୱ ପାଇଁ ବିପଦ ହୋଇଥିବା ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ କମ୍ପାନୀର ଏଭଳି ଆକ୍ସନ ନେବା ଅନ୍ୟ ଟେକ୍ କମ୍ପାନୀଙ୍କ ପାଇଁ ସଙ୍କେତ ହୋଇପାରେ ।

କମ୍ପାନୀ କର୍ମଚାରୀଙ୍କୁ କହିଛି ଯେ ଗୁଗଲର ଆୟରେ ବୃଦ୍ଧି ହେଉନାହିଁ । ଏଥିପାଇଁ ଆପଣ ସମସ୍ତେ ଉତ୍ତମ ଯୋଜନା କରନ୍ତୁ ଏବଂ ଆସନ୍ତା କ୍ୱାର୍ଟର ମଧ୍ୟରେ ଏଥିରେ ସୁଧାର ଆଣନ୍ତୁ । ଏକ ମିଡିଆ ରିପୋର୍ଟ ଅନୂଯାୟୀ ଗୁଗଲରେ କାମ କରୁଥିବା କର୍ମଚାରୀ ଛଟେଇକୁ ଚିନ୍ତରେ ରହିଛନ୍ତି । କାରଣ ପ୍ରଥମ ଥର ଏପରି ହୋଇଛି ଯେତେବେଳେ କମ୍ପାନୀ ଛଟେଇ ଧମକ ଦେଇଛି ।

ଗୁଗଲ ଏବଂ ଆଲ୍ଫବେଟ୍ ର ସିଇଓ ସୁନ୍ଦର ପିଚାଇ ଗତମାସ ଶେଷ ସପ୍ତାହରେ କହିଥିଲେ ଯେ ଆପଣ ସବୁ କର୍ମଚାରୀ ନିଜ କାମରେ ସୁଧାର କରନ୍ତୁ ଏବଂ ଏକ ଉତ୍ତମ ଯୋଜନା ଉପରେ କାମ କରନ୍ତୁ ଯାହାଦ୍ୱାରା ଫଳାଫଳ ଭଲ ହେବ ।

ସୂଚନାଯୋଗ୍ୟ, ଗୁଗଲ ଜୁଲାଇ ମାସରେ ନୂଆ ନିଯୁକ୍ତି ପ୍ରକ୍ରିୟାକୁ ଫ୍ରିଜ୍ କରିଥିଲା । ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ୍ ଏପ୍ରିଲ-ଜୁନ୍ କ୍ୱାର୍ଟରରେ ଭଲ ଆୟ କରିନଥିଲା । କମ୍ପାନୀର ଗ୍ରୋଥ୍ ୬୨ ପ୍ରତିଶତରୁ କମି ୧୩ ପ୍ରତିଶତ ହୋଇଛି ।

Get real time updates directly on you device, subscribe now.