fbpx

Gemini AI ସର୍ଭିସ ଯୋଗାଇବ ଗୁଗଲର ଆଣ୍ଡ୍ରଏଡ ଆପ୍: ରୋଲ୍ ଆଉଟ ହେଲା ବଡ଼ ଅପଡେଟ

ନୂଆଦିଲ୍ଲୀ: ଗୁଗଲ ନିଜ ଆଣ୍ଡ୍ରଏଡ ଆପରେ ଏକ ବଡ଼ ପରିବର୍ତ୍ତନ କରିଛି । ଏହାର ଅପଡେଟ ପରେ ବର୍ତ୍ତମାନ ଆଇଓଏସ ଭଳି ଇଣ୍ଟରଫେସ୍ ଦେବ ଗୁଗଲର ଆଣ୍ଡ୍ରଏଡ ଆପ୍ । ଏଣିକି ୟୁଜର୍ସ ଖୁବ ସହଜରେ ଜେମିନି ଏଆଇକୁ ଆକ୍ସେସ କରିପାରିବେ । ତେବେ ବର୍ତ୍ତମାନ ଅଳ୍ପ କିଛି ୟୁଜରଙ୍କ ପାଇଁ ଏହି ଅପହେଟ ଉପଲବ୍ଧ ରହିଛି । ଏହାଦ୍ୱାରା ଆଣ୍ଡ୍ରଏଡ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ଚାଟ୍ ଜିପିଟି ଭଳି ଗୁଗଲର ଏଆଇ ଚାଟ୍ ଜିପିଟି ଆକ୍ସେସ କରିବା ମଧ୍ୟ ଖୁବ ସହଜ ହୋଇପାରିବ ।

ଆଇଫୋନ୍ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ଏହି ଫିଚର ପୂର୍ବରୁ ମିଳିପାରିଛି । ତେଣୁ ଆଇଫୋନ୍ ୟୁଜରଙ୍କ ପାଇଁ ଜେମିନି ଆପ୍ ଅଲଗା ଭାବରେ ଡାଉନଲୋଡ କରିବା ଆବଶ୍ୟକ ନାହିଁ । ଜେମିନି ଏଆଇ ଆପ୍ ମଧ୍ୟ ବର୍ତ୍ତମାନ କିଛି ସୀମିତ ୟୁଜରଙ୍କ ପାଇଁ ଉପଲବ୍ଧ ରହିଛି । ତେଣୁ ଆଣ୍ଡ୍ରଏଡ ୟୁଜର୍ସ ଅପଡେଟେଡ ଗୁଗଲ ଆପ୍ ଜରିଆରେ ଲାଟେଷ୍ଟ ଜେନରେଟିଭ ଏଆଇ ପାୱାର୍ଡ ଚାଟବଟ୍ ବ୍ୟବହାର କରିପାରିବେ ।

ଗୁଗଲ ଆପ୍ ଅପଡେଟରେ କ’ଣ ରହିବ ସ୍ପେଶାଲ?

– ଗୁଗୁଲର ଆଣ୍ଡ୍ରଏଡ୍ ଆପ୍ ଅପଡେଟ୍ ପରେ, ଏଆଇ ପାଇଁ ଏକ ସର୍ଟକଟ୍ ବଟନ୍ ଉପଲବ୍ଧ ହେବ । ଏହା ସାହାଯ୍ୟରେ, ୟୁଜର ଗୋଟିଏ କ୍ଲିକରେ ଗୁଗଲ ସର୍ଚ୍ଚ ଏବଂ ଜେମିନି ଏଆଇରେ ପହଞ୍ଚିପାରିବେ ୟୁଜର ।

– ଅପଡେଟ ପରେ ଆଣ୍ଡ୍ରଏଡ ୟୁଜର୍ସ ଗୁଗଲ ଆପରେ ଗ୍ୟାଲେରୀରେ ସେଭ ଫଟୋ ବା ପୁଣିଥରେ କ୍ୟାମେରାରେ ଫଟୋ କ୍ଲିକ କରି ମଧ୍ୟ ୱେବ ସର୍ଚ୍ଚ କରିପାରିବେ ୟୁଜର ।

– ଗୋଟିଏ ଟ୍ୟାପରେ କଣ୍ଟେଣ୍ଟ ଟ୍ରାନ୍ସଲେଟ କରିବାର ସୁବିଧା ପାଇପାରିବେ ୟୁଜର୍ସ ।

ତେବେ ଏହି ଅପଡେଟକୁ ରୋଲ ଆଉଟ କରିବା ପାଇଁ ଗୁଗଲକୁ କିଛି ସମୟ ଲାଗିପାରେ । ଗୁଗଲ ଆପର ଏହି ଅପଡେଟ ବର୍ତ୍ତମାନ ଟେଷ୍ଟିଙ୍ଗ ପର୍ଯ୍ୟାୟରେ ରହିଛି ।

Get real time updates directly on you device, subscribe now.