fbpx

ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବେ ସଞ୍ଜୟ ଦତ୍ତ? ଖଟ୍ଟରଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ସଞ୍ଜୁ ବାବା….

ମୁମ୍ବାଇ: ବଲିଉଡ ସିନେ ଜଗତର ‘ଖଳନାୟକ’ ତଥା ସୁପରଷ୍ଟାର ସଞ୍ଜୟ ଦତ୍ତ ଏବେ ରାଜନୀତିରେ ଡେବ୍ୟୁ କରିଛନ୍ତି । ତେବେ ଚଳିତବର୍ଷ ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବେ ମୁନ୍ନା ଭାଇ । ସିଲଭର ସ୍କ୍ରିନରେ ଦମଦାର ଅଭିନୟର ଯାଦୁ ଦେଖାଇବା ପରେ ବର୍ତ୍ତମାନ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ସଞ୍ଜୟ ଦତ୍ତ । ଚଳିତବର୍ଷ ଲୋକସଭା ନିର୍ବାଚନରେ ହରିୟାଣାରେ କଂଗ୍ରେସ ତରଫରୁ ନିର୍ବାଚନ ଲଢିବେ ସଞ୍ଜୁ ବାବା । ତେବେ ସଞ୍ଜୟଙ୍କ ବିପକ୍ଷରେ ପ୍ରାର୍ଥୀ ରହିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର । ତେଣୁ ଅଭିନୟ ଏବଂ ରାଜନୀତି ଜଗତର ଦୁଇ ସୁପରଷ୍ଟାର ଏବେ ରାଜନୀତି ରଣାଙ୍ଗନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ବୋଲି ଖୁବ ଚର୍ଚ୍ଚା ଜୋର ଧରିଛି ।

ତେବେ ରାଜନୀତିରେ ଡେବ୍ୟୁକୁ ନେଇ ସମସ୍ତ ଆଲୋଚନା ଉପରେ ବିରାମ ଲଗାଇଛନ୍ତି ସଞ୍ଜୟ ଦତ୍ତ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ପୋଷ୍ଟ କରି ଏହିସବୁ ଆଲୋଚନାକୁ ସେ ଗୁଜବ ବୋଲି ପ୍ରକାଶ କରିଛନ୍ତି । ରାଜନୀତିରେ କୌଣସି ଦଳ ପକ୍ଷରୁ ସଞ୍ଜୟ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସଞ୍ଜୟ । ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳରେ ସେ ସାମିଲ ହୋଇନଥିବା ଏହି ପୋଷ୍ଟରେ ପ୍ରକାଶ କରିଛନ୍ତି । ତେବେ ସଞ୍ଜୟ ଦତ୍ତଙ୍କ ପିତା ସୁନୀଲ ଦତ୍ତ ରାଜନୀତି ଦୁନିଆରେ ଖୁବ ପରିଚିତ ହୋଇଥିବାରୁ ଏହି ଆଲୋଚନା ଜୋର ଧରିଥିଲା । ସୁନୀଲ ଦତ୍ତ କେନ୍ଦ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିବା ବେଳେ ୩ ଥର ସାଂସଦ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ। କିନ୍ତୁ ସଞ୍ଜୟ ଦତ୍ତ ସର୍ବଦା ରାଜନୀତିଠାରୁ ଦୂରରେ ରହିଛନ୍ତି । ତେବେ ଚଳିତବର୍ଷ ବାପାଙ୍କ ପାଦଚିହ୍ନରେ ଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ସେ ଗୁଜବ କହି ଏଡ଼ାଇ ଦେଇଛନ୍ତି ।

୯୦ ଦଶକରେ ଖଳନାୟକଙ୍କ ପରି ଚଳଚ୍ଚିତ୍ରରେ ଦମଦାର ଅଭିନୟ କରି ବଲିଉଡ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୬୮ରୁ ଅଧିକ ସିନେମାରେ କାମ କରି ସାରିଥିବା ସଞ୍ଜୟ କେବେ ବି ରାଜନୀତି ଜଗତକୁ ଚାହିଁ ନଥିଲେ। ନିର୍ବାଚନ ଲଢିବା ନେଇ ସଂଜୟ ଦତ୍ତ ଟୁଇଟ୍ କରି କହିଛନ୍ତି, ‘ମୁଁ ରାଜନୀତିରେ ଯୋଗ ଦେଉ ନାହିଁ ବୋଲି କହି ସମସ୍ତ ଗୁଜବକୁ ଶେଷ କରିଛନ୍ତି । ଯଦି ମୁଁ କେବେ ରାଜନୀତିରେ ଯାଏ, ମୁଁ ଆପଣଙ୍କୁ ଆଗୁଆ ଜଣାଇବି । ରାଜନୀତି ଏବଂ ପ୍ରତିଦ୍ୱନ୍ଦ୍ୱୀ ନିର୍ବାଚନର ପ୍ରସାରିତ ହେଉଥିବା ଗୁଜବକୁ ବିଶ୍ୱାସ ନ କରିବାକୁ ସଞ୍ଜୟ ଦତ୍ତ ଅପିଲ କରିଛନ୍ତି ।

Get real time updates directly on you device, subscribe now.