fbpx

ଗୋପାଳଙ୍କୁ କ୍ରାଇମବ୍ରଞ୍ଚର ଜେରା; ସାମ୍ନାକୁ ଆସିଲା ରୋଚକ ତଥ୍ୟ

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାରେ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରଇମବ୍ରଞ୍ଚ ଜେରା କରୁଛି । ଫଳରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଗୋପାଳଙ୍କ ସର୍ଭିସ ବୁକ୍ ସାମ୍ନାକୁ ଆସିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ଗୋପାଳଙ୍କ ସର୍ଭିସ ବୁକ୍ ଅନୁସାରେ ସେ ତାଙ୍କ ଚାକିରୀ କ୍ଷେତ୍ରରେ ଜଣେ ଭଲ ଏବଂ ଦକ୍ଷ ପୋଲିସ ଅଫିସର ଥିଲେ । । ଯେଉଁଥିପାଇଁ ତାଙ୍କୁ ୧୮ ଟି ମେଡାଲ ମଧ୍ୟ ମିଳିଛି । ଏତିସହିତ ତାଙ୍କୁ ୨୦୧୮ ମସିହାରେ ପ୍ରମୋଶନ ମଧ୍ୟ ମିଳିଛି । ଯଦି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବଂ ମାନସିକ ସ୍ଥିତି ଠିକ୍ ନଥିଲା ତେବେ କେଉଁ ଆଧାରରେ ତାଙ୍କୁ ପ୍ରମୋଶନ ଏବଂ ସର୍ଭିସ ବୁକରେ ଭଲ ବୋଲି ଦର୍ଶାଯାଇଛି ଏସବୁର କାରଣ ଖୋଜୁଛି କ୍ରାଇବ୍ରାଞ୍ଚ ।

ଅନ୍ୟପକ୍ଷେ ଗତକାଲି ମନ୍ତ୍ରୀଙ୍କୁ ହତ୍ୟା କରିବା ପରେ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ପୋଲିସ ଗିରଫ କରିଛି । ଏଥିସହିତ କ୍ରାଇମବ୍ରାଞ୍ଚ ପାଖାପାଖି ୨ ଘଂଟା ଜେରା କରିଛି । ତେବେ ମନ୍ତ୍ରୀଙ୍କ ହତ୍ୟା ଘଟଣାର ଦାୟିତ୍ୱ ଖୋଦ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ନେଇଛନ୍ତି । ଫଳରେ ସେ ଗୋପାଳ ଦାସଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି । ଏଥିସହିତ ଗୋପାଳଙ୍କ ହ୍ୟାଣ୍ଡ ସ୍ୱାବ ଏବଂ ମନ୍ତ୍ରୀଙ୍କୁ ହତ୍ୟା କରିବା ସମୟରେ ପିନ୍ଧିଥିବା ପୋଲିସ ପୋଷାକକୁ କ୍ରାଇମବ୍ରାଞ୍ଚ ନେଇଛି ।

Get real time updates directly on you device, subscribe now.