fbpx
BJD
BJD SKY
BJD SKY

ସରକାରୀ ବ୍ୟାଙ୍କର ଜବରଦସ୍ତ ଅଫର୍! ଆଜି ହିଁ ମିଳୁଛି ଶସ୍ତା ଜମି, ଘର ଓ ଦୋକାନ କିଣିବାର ସୁଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଯଦି ଆପଣଙ୍କର ଶସ୍ତା ଘର କିଣିବାକୁ ଯୋଜନା କରୁଛନ୍ତିି, ତେବେ ଦେଶର ସରକାରୀ ବ୍ୟାଙ୍କ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛନ୍ତି । ଏଥିରେ ଆପଣ ବଜାର ଅପେକ୍ଷା କମ୍ ମୂଲ୍ୟରେ ସମ୍ପତ୍ତି କିଣିପାରିବେ । ବ୍ୟାଙ୍କ ଅଫ୍ ବରୋଦା (Bank of Baroda) ଆପଣଙ୍କ ପାଇଁ ଏହି ସୁଯୋଗ ଆଣିଛି । ବିଓବି ଟ୍ୱିଟ୍ କରି ଏହାର ସୂଚନା ଦେଇଛି ।

ବ୍ୟାଙ୍କ ଅଫ୍ ବରୋଦା ଏହାର ଅଫିସିଆଲ୍ ଟ୍ୱିଟରେ ଲେଖିଛି ଯେ, ‘ନିଜ ମନପସନ୍ଦର ଘର ଓ ଅଫିସକୁ ଚୟନ କରନ୍ତୁ… ଆପଣ ବ୍ୟାଙ୍କର ମେଗା ଇ-ଅକ୍ସନ (BoB Mega E-Auction) ରେ ଭାଗ ନେଇପାରିବେ । ଏହି ନିଲାମରେ ଆପଣ ୧୪ ସେପ୍ଟେମ୍ବର ଅର୍ଥାତ୍ ଆଜି ବିଡ୍ ଭାଗ ନେଇ ବ୍ୟାଙ୍କ ଅଫ୍ ବରୋଦା ସହିତ ନିଜ ସ୍ୱପ୍ନର ଘର କିଣି ପାରିବେ ।

ବ୍ୟାଙ୍କ ଅଫ୍ ବରୋଦା ମେଗା ଇ-ନିଲାମ ଆଜି ଆୟୋଜିତ ହେଉଛି । ଏଥିରେ ଘର, ଜମି, ଫ୍ଲାଟ, ଅଫିସ୍ ସ୍ଥାନ ଏବଂ ଶିଳ୍ପ ସମ୍ପତ୍ତି କିଣିବାର ସୁଯୋଗ ରହିଛି । ଏହି ନିଲାମରେ ସମଗ୍ର ଭାରତରେ ଆପଣ ସମ୍ପତ୍ତି କିଣିବାର ସୁଯୋଗ ପାଇପାରିବେ । ଆପଣ ନିଜ ସୁବିଧା ଅନୁଯାୟୀ ଘର କିଣିପାରିବେ ।

ଏହି ନିଲାମ SARFAESI Act ଅନୁଯାୟୀ କରାଯିବ, ଯାହାକି ସମ୍ପୂର୍ଣ୍ଣ ଭାବେ ଟ୍ରାନ୍ସପରେଣ୍ଟ ହେବ ।

ଅଫିସିଆଲ୍ ଲିଙ୍କ୍ ଯାଞ୍ଚ କରନ୍ତୁ ।
ଏହି ନିଲାମ ବିଷୟରେ ଅଧିକ ସୂଚନା ପାଇଁ, ଆପଣ ଅଫିସିଆଲ୍ ଲିଙ୍କ୍ bit.ly/MegaEAuctionSept କୁ ଯାଇ ଦେଖିପାରିବେ । ଏଠାରେ ଆପଣଙ୍କୁ ନିଲାମ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ମିଳିଯିବ ।

Get real time updates directly on you device, subscribe now.