fbpx
BJD SKY
BJD SKY

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ଼କୁ ଆତଙ୍କବାଦୀ ଘୋଷଣା କଲେ ସରକାର

BJD

ନୂଆଦିଲ୍ଲୀ: ବେଆଇନ କାର୍ଯ୍ୟକଳାପ ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡକୁ ଆଇନ ଅନୁଯାୟୀ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଗୋଲ୍ଡି ବ୍ରାର ନିଷିଦ୍ଧ ଖଲିସ୍ତାନୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ ସହ ଜଡ଼ିତ ଅଛି।

ଗୃହ ମନ୍ତ୍ରଣାଳୟ କହିଛି ଯେ ଗୋଲ୍ଡି ବରାଡ଼, ସୀମା ରେ ଥିବା ଆତଙ୍କବାଦୀ ଏଜେନ୍ସିଗୁଡିକର ସମର୍ଥନ ପାଇଛନ୍ତି ଏବଂ ଅନେକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛି । ନୋଟିସରେ କୁହାଯାଇଛି ଯେ ବରାଡ ଜାତୀୟତାବାଦୀ ନେତାମାନଙ୍କୁ ଧମକପୂର୍ଣ୍ଣ କଲ୍ କରିବା, ଲାଞ୍ଚ ମାଗିବା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହତ୍ୟା ଅଭିଯୋଗ ପୋଷ୍ଟ କରିବାରେ ସମ୍ପୃକ୍ତ ଥିଲା।

ଗୃହ ମନ୍ତ୍ରଣାଳୟ କହିଛି ଯେ ଗୋଲ୍ଡି ବରାଡ ସୀମାପାରରୁ ଡ୍ରୋନ ମାଧ୍ୟମରେ ଆଧୁନିକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ବିସ୍ଫୋରକ ସାମଗ୍ରୀ ଚୋରା ଚାଲାଣ କରୁଥିଲା। ଏହି ହତ୍ୟାକାଣ୍ଡ ଘଟାଇବା ପାଇଁ ସେ ଶାର୍ପ ସୁଟରମାନଙ୍କୁ ଏହି ଅସ୍ତ୍ରଶସ୍ତ୍ର ଯୋଗାଉଥିଲା। ସେ ଏବଂ ତାର ସହଯୋଗୀମାନେ ଭଙ୍ଗାରୁଜା, ଆତଙ୍କବାଦୀ ମଡ୍ୟୁଲ୍ ଗଠନ, ପଞ୍ଜାବରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଟାର୍ଗେଟ କିଲିଂ ଏବଂ ଷଡ଼ଯନ୍ତ୍ର, ସାମ୍ପ୍ରଦାୟିକ ସଦ୍ଭାବ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କରିବା ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ବୋଲି ମନ୍ତ୍ରଣାଳୟ କହିଛି।

Get real time updates directly on you device, subscribe now.