fbpx

ଏଣିକି Whatsappରେ ଦିଶିବନି ମୋବାଇଲ ନମ୍ବର! ୨୦୨୪ରେ ମିଳିବ ଏହି ସବୁ ନୂଆ ଫିଚର

ନୂଆଦିଲ୍ଲୀ: ଦିନକୁ ଦିନ ସାରା ବିଶ୍ୱରେ ହ୍ୱାଟ୍ସଆପର ଲୋକପ୍ରିୟତା ବଢିବାରେ ଲାଗିଛି । ୟୁଜରଙ୍କୁ ସବୁଠାରୁ ଭଲ ଏକ୍ସପେରିଏନ୍ସ ଦେବା ପାଇଁ ଲଗାତାର ନୂଆ ନୂଆ ଫିଚର ଆଣିଥାଏ ଏହି କମ୍ପାନୀ । ୨୦୨୩ ମସିହାରେ ହ୍ୱାଟ୍ସଆପ୍ ଅନେକ ପ୍ରକାରର ଫିଚର ସାମିଲ କରିଛି । ମେସେଜ ଏଡିଟ କରିବା ଫିଚରରୁ ଆରମ୍ଭ କରି ଏଚଡି ଭିଡିଓ ପଠାଇବା ପର୍ଯ୍ୟନ୍ତ ବିଭିନ୍ନ ଫିଚର ସାମିଲ କରିଛି ହ୍ୱାଟ୍ସଆପ୍ । ଏହାପରେ ୨୦୨୪ରେ ମଧ୍ୟ ଅନେକ ଫିଚର ଆଣିବାକୁ ଯାଉଛି କମ୍ପାନୀ ।

ସୂଚନା ଅନୁସାରେ, ହ୍ୱାଟ୍ସଆପରେ ଆଗକୁ ଆସୁଥିବା ଫିଚରକୁ ଟ୍ରାକ କରୁଥିବା ୱେବସାଇଟ WABetaInfoରେ ବିଗତ କିଛି ଦିନରେ ଅନେକ ଫିଚର ଦେଖିବାକୁ ମିଳିଛି । କିନ୍ତୁ ଏସବୁ ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ଟେବଲ ଭର୍ସନରେ ଜାରି କରାଯାଇ ନାହିଁ । ତେଣୁ ଏହି ସବୁ ଫିଚର ଚଳିତବର୍ଷ ରିଲିଜ ହୋଇପାରେ ବୋଲି ଆଶା କରାଯାଉଛି ।

ତେବେ ଏହିବର୍ଷ ହ୍ୱାଟ୍ସଆପରେ ୟୁଜରନେମ୍ ଫିଚର ସାମିଲ ହୋଇପାରେ । ଏହାଦ୍ୱାରା ୟୁଜର୍ସ ନିଜ ପସନ୍ଦର ହାଣ୍ଡେଲ ଚୟନ କରିପାରିବେ । ଏହା ସୋସିଆଲ ମିଡିଆ ଆପ୍ ଟ୍ୱିଟର ପରି ହୋଇପାରେ । ଏଥିରେ ପରେ ନାମ ଲେଖିବାକୁ ପଡ଼ିବ । ଏହା ଆପଣଙ୍କ ବ୍ୟକ୍ତିତ୍ୱ ବା ବ୍ରାଣ୍ଡକୁ ସୋ-କେସ୍ କରିଥାଏ । ତେଣୁ ଏଥିପାଇଁ ନମ୍ବର ସେୟାର କରିବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ ।

ଏଣିକି ଭିଡିଓ କଲ ସମୟରେ ମଧ୍ୟ ମ୍ୟୁଜିକ ଅଡିଓ ସେୟାର କରାଯାଇ ପାରିବ । ଏ ନେଇ ପୂର୍ବରୁ ଘୋଷଣା ହୋଇସାରିଛି । ଏହାସହିତ ସ୍କ୍ରିନ ସେୟାରିଙ୍ଗ ମଧ୍ୟ କରାଯାଇପାରିବ । ଏହାଦ୍ୱାରା ୟୁଜର୍ସ ସହଜରେ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ଫିଲ୍ମ ଇତ୍ୟାଦି ଦେଖିପାରିବେ ।

ରିପୋର୍ଟ ଅନୁସାରେ, ହ୍ୱାଟ୍ସଆପ୍ ବର୍ତ୍ତମାନ ଆଉ ଏକ ପିଚର ମଧ୍ୟ ସାମିଲ ହେବାକୁ ଯାଉଛି । ଏହା ସାହାଯ୍ୟରେ ୟୁଜର୍ସ ଚାଟବୋଟସହ ଚାଟିଙ୍ଗ କରିପାରିବେ । ଏହାଦ୍ୱାରା ନୂଆ ସମ୍ଭାବନା ଖୋଜିବା ପାଇଁ ମଧ୍ୟ ସହାୟତା ମିଳିପାରିବ । ତେବେ ଏହା କେତେ ଦୂର ସମ୍ଭବ ହୋଇପାରିବ, ତାହା ଜାଣିବାକୁ ଅପେକ୍ଷା କରିବାକୁ ହେବ । ଏହାଦ୍ୱାରା ୟୁଜର୍ସ କଷ୍ଟମର ସପୋର୍ଟ ମଧ୍ୟ ପାଇବେ ।
ହ୍ୱାଟ୍ସଆପ୍ ଗ୍ରୁପରେ ୨୦୨୪ରେ ଅନେକ ନୂଆ ଫିଚର ସାମିଲ ହୋଇପାରେ । ଏଥିରେ ଗ୍ରୁପ ପଲ୍ସ, ନୂଆ ସର୍ଚ୍ଚ ଅପ୍ସନ ସହିତ ଗ୍ରୁପ ଇଭେଣ୍ଟକୁ ମଧ୍ୟ ସେଡ୍ୟୁଲ କରିପାରିବେ ୟୁଜର । ତେବେ ଏସବୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସମୟସୀମା ଧାର୍ଯ୍ୟ ହୋଇନାହିଁ ।

Get real time updates directly on you device, subscribe now.