fbpx

ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ କମିଟି ଗଠନ କଲେ ସରକାର

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷାରେ ସଂରକ୍ଷଣ ପ୍ରସଙ୍ଗରେ କ୍ୟାବିନେଟ ନିଷ୍ପତ୍ତି ନେବା ପରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ ଜଷ୍ଟିସ୍ ଏ.କେ ମିଶ୍ର ଏହି କମିଟିର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଭିସି ଅଶୋକ କୁମାର ଦାସ କମିଟିର ସଦସ୍ୟ ହୋଇଛନ୍ତି । ଏହା ସହ ପ୍ରଫେସର ସିବିକେ ମହାନ୍ତି, ଆଇଏଏସ ଭୂପିନ୍ଦର ପୁନିଆ, ଜି.ରେଘୁ କମିଟିର ସଦସ୍ୟ ହୋଇଛନ୍ତି । ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଏ.କେ ନାୟକ କମିଟିର ଆବାହକ ହୋଇଛନ୍ତି । ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ଏହି କମିଟି । ତେବେ ସରକାରୀ ସ୍କୁଲରେ ପଢିଲେ ମେଡିକାଲ ଓ ଇଞ୍ଜିନିୟରିଂ ପାଇଁ ସିଟ୍ ସଂରକ୍ଷଣ ରହିବ ।

Get real time updates directly on you device, subscribe now.