fbpx

ଚାକିରିଆଙ୍କ ପାଇଁ ବଡ ଖବର: ସରକାର ଜାରି କଲେ ନୂଆ ନିୟମ

ନୂଆଦିଲ୍ଲୀ:ଚାକିରିଆଙ୍କ ପାଇଁ ଆସିଛି ବଡ ଖବର । ଶ୍ରମ ମନ୍ତ୍ରାଳୟ ଦ୍ୱାରା ନୂଆ ଗାଇଡଲାଇନ୍ ଜାରି ହୋଇଛି । ଶ୍ରମ ମନ୍ତ୍ରାଳୟ ସହ ଜଡିତ ଡିଜିଏଚଏସ ଅର୍ଥାତ୍ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ନିରାପଦା କାର୍ଯ୍ୟକ୍ଷେତ୍ର ପାଇଁ ନୂତନ ଗାଇଡଲାଇନ୍ ପ୍ରସ୍ତୁତ କରିଛି । ଏହି ଗାଇଡଲାଇନରେ କୁହାଯାଇଛି ଯେ, ‘ସାମାଜିକ ଦୂରତା ଓ କମ୍ପାନୀର ନିର୍ଦ୍ଦେଶ ପାଳନ କରିବା ଜରୁରୀ । ଏଥିରେ ସିସିଟିଭି ମାଧ୍ୟମରେ କର୍ମଚାରୀଙ୍କ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ନେର୍ଦ୍ଦଶର ପାଳନ ନହୁଏ ତେବେ ମୂଲ୍ୟାଙ୍କନ କମିପାରେ ।

ଏଥିରେ ବେସରକାରୀ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ‘ କମ୍ପାନୀରେ ଏଚଆର ପଲିସିଗୁଡିକୁ ବଦଳାଇବା ଉଚିତ୍ । ସମସ୍ତ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କରିବା ଆବଶ୍ୟକ ।’ କମ୍ପାନୀଗୁଡିକ ପାଇଁ ଏକ ସ୍ୱତନ୍ତ୍ର ଛୁଟି ନୀତି ପ୍ରସ୍ତୁତ କରନ୍ତୁ । କମ୍ପାନୀଗୁଡିକ ନିକଟସ୍ଥ ହସ୍ପିଟାଲ ସହ ସମ୍ପର୍କ ରକ୍ଷା କରନ୍ତୁ । କର୍ମଚାରୀମାନେ ବ୍ୟକ୍ତିଗତ ଯାନ ବା ସାଇକେଲର ବ୍ୟବହାର କରନ୍ତୁ । ପାହାଚରେ ଯିବା ପାଇଁ ଉତ୍ସାହିତ କରିବା ଉଚିତ୍ । ଯଦି ଲିପ୍ଟର ବ୍ୟବହାର କରୁଛନ୍ତି, ତେବେ ଗୋଟିଏ ସମୟରେ ୨ ରୁ ୪ ଜଣଙ୍କୁ ଯିବା ପାଇଁ ଅନୁମତି ଦିଅନ୍ତୁ ।

ଏହା ସହ ୫ବର୍ଷରୁ କମ୍ ବୟସର ପିଲାଙ୍କ ମାତାପିତାଙ୍କୁ ଘରୁ କାମ କରିବାକୁ ଅନୁମତି ଦିଆଯାଉ । ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଘରୁ କାମ କରିବାକୁ ଉତ୍ସାହିତ କରିବା ଉଚିତ୍ । ଅଫିସରେ ପର୍ଯ୍ୟାପ୍ତ ପରିମାଣରେ ହ୍ୟାଣ୍ଡ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂ ରହିବା ଜରୁରୀ ।

Get real time updates directly on you device, subscribe now.