fbpx
BSKY
BJD MC SKY
BJD YOUTH SKY

ବିନା ଗ୍ୟାରେଣ୍ଟିରେ ସରକାର ଦେଉଛନ୍ତି ୧୦ ଲକ୍ଷ ଟଙ୍କାର ସହାୟତା, ଜାଣନ୍ତୁ କ’ଣ ଏହି ସ୍କିମ୍…

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ସରକାରଙ୍କ ଏକ ଖାସ୍ ଯୋଜନା ବିଷୟରେ କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ୧୦ ଲକ୍ଷ ଟଙ୍କା ନେଇ ନିଜର ବ୍ୟବସାୟ ଆରମ୍ଭ କରିପାରିବେ । କହିରଖୁଛୁ କେନ୍ଦ୍ର ସରକାର ଛୋଟ କାରବାର ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ କରିଛନ୍ତି । ଏହା ଅନୂଯାୟୀ ଲୋକଙ୍କୁ ନିଜ କାରବାର ଆରମ୍ଭ କରିବା ପାଇଁ ଲୋନ ଦିଆଯାଏ ।

ମୁଦ୍ରା ଯୋଜନା ଅନୂଯାୟୀ ବିନା ଗ୍ୟାରେଣ୍ଟୀରେ ଲୋନ ମିଳିଥାଏ । ଏହା ବ୍ୟତୀତ ଲୋନ ପାଇଁ କୌଣସି ଚାର୍ଜ ନିଆଯାଇନଥାଏ । ମୁଦ୍ରା ଯୋଜନାରେ ଋଣ ପରିଶୋଧ କରିବାର ଅବଧି ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇପାରେ । ବିଭିନ୍ନ ବ୍ୟାଙ୍କର ମୁଦ୍ରା ଳୋନ୍ ପାଇଁ ଭିନ୍ନ ଭିନ୍ନ ସୁଧ ଦର ରହିଛି । ସାଧାରଣତଃ ସର୍ବନିମ୍ନ ସୁଧ ଦର ୧୨% ରହିଛି । ମହିଳାଙ୍କ ପାଇଁ ଏହି ଲେନା୍ ଅନୂଯାୟୀ ୦.୨୫ ପ୍ରତିଶତ କମ୍ ସୁଧ ଦରରେ ଏହି ଲୋନ୍ ଉପଲବ୍ଧ କରାଯାଇଥାଏ ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)  ଏକ ନନ୍ କୋପରେଟିଭ୍ ନନ ଆଗ୍ରିକଲଚର ଲଘୁ/ଲଘୁ ଉଦ୍ୟମକୁ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ ଦେବା ପାଇଁ ୮ ଏପ୍ରିଲ ୨୦୧୫ ରେ ଆରମ୍ଭ ହୋଇଥିଲା । ମୁଦ୍ରା ଲୋନ୍ ବାଣିଜ୍ୟିକ ବ୍ୟାଙ୍କ୍, କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ୍, ଲଘୁ ବିତ୍ତ ବ୍ୟାଙ୍କ୍, ସହକାରୀ ବ୍ୟାଙ୍କ୍, ଏମଏଫଆଇ ଏବଂ ଏନବିଏଫସସି ଠାରୁ ନିଆଯାଇପାରେ । ଛୋଟ କାରବାରକୁ ସ୍ଥାପିତ କରିବା ପାଇଁ ମଧ୍ୟ ଏହି ଲୋନ୍ ମିଳିଥାଏ । ଏହା ବ୍ୟତୀତ କୃଷି ସହ ସମ୍ବଧିତ କାମ, ଯେମତିକି ମହୁମାଛି ଚାଷ, ମାତ୍ସ୍ୟ ଚାଷ, କୁକୁଡ଼ା ପାଳନ ଭଳି କାମ ପାଇଁ ମୁଦ୍ରା ଲୋନ୍ ନେଇପାରିବେ ।

୩ ପ୍ରକାରର ଲୋନ୍ ଏହି ଯୋଜନାରେ ରହିଛି ସାମିଲ:

୧.ଶିଶୁ ଲୋନ୍: ଶିଶୁ ଲୋନ୍ ଅନୂଯାୟୀ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦିଆଯାଇଥାଏ ।

୨. କିଶୋର ଲୋନ୍: କିଶୋର ଲୋନ୍ ଅନୂଯାୟୀ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦିଆଯାଇଥାଏ ।

୩. ତରୁଣ ଲୋନ୍: ତରୁଣ ଲୋନ୍ ଅନୂଯାୟୀ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦିଆଯାଇଥାଏ ।

Get real time updates directly on you device, subscribe now.