fbpx

ଗୁଗୁଲ କ୍ରୋମ ୟୁଜର୍ସମାନଙ୍କୁ ଚେତାବନୀ ଦେଲେ ସରକାର, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଟିମ ଦୁନିଆର ସବୁଠାରୁ ଲୋକପ୍ରିୟ ବ୍ରାଉଜର୍-ଗୁଗୁଲ କ୍ରୋମ ବ୍ୟବହାରକାରୀଙ୍କୁ ଚେତାବନୀ ଜାରି କରିଛି । ତେବେ ନିଜର ନୂତନ ସୁରକ୍ଷା ଚେତାବନୀରେ ଭାରତର ସାଇବର ସୁରକ୍ଷା ଏଜେନ୍ସି କହିଛନ୍ତି ଯେ, ଗୁଗୁଲ କ୍ରୋମରେ ଅନେକ ଦୁର୍ବଳତା ବିଷୟରେ କୁହାଯାଇଛି । ଯାହା ଏକ ଆକ୍ରମଣକାରୀଙ୍କୁ ଏକ ଟାର୍ଗେଟେଡ୍ ସିଷ୍ଟମରେ ଇଚ୍ଛାଧୀନ କୋଡ୍ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇପାରେ ବୋଲି କୁହାଯାଇଛି ।

CERT-In ଅନୁଯାୟୀ, ଏହି ଦୁର୍ବଳତା Google Chrome v122.0.6261.57  ବା ଏହା ପୂର୍ବ ସଂସ୍କରଣ Windows, Mac ଏବଂ Linuxକୁ ପ୍ରଭାବିତ କରୁଛି । ଗୁଗୁଲ କହିବା ଅନୁଯାୟୀ, ନୂତନ Chrome ସଂସ୍କରଣରେ ୧୨ଟି ସୁରକ୍ଷା ସଂସ୍କରଣ ଅନ୍ତର୍ଭୁକ୍ତ ଅଟେ । ସେଥିମଧ୍ୟରୁ ଦୁଇଟିକୁ ଉଚ୍ଚ-ଦୁର୍ବଳତା ଭାବରେ ଚିହ୍ନଟ କରାଯାଇଥିଲା । ଏଥିସହ ପାଞ୍ଚଟିକୁ ମଧ୍ୟମ-ଗୁରୁତର ଦୁର୍ବଳତା ଭାବରେ ଏବଂ ଗୋଟିଏକୁ ନିମ୍ନ ଦୁର୍ବଳତା ଭାବେ ଚିହ୍ନଟ କରାଯାଇଥିଲା ।

ଟେକ ଏଜେଣ୍ଟ କହିଛନ୍ତି ଯେ, ସେ ଏହି ଦୁର୍ବଳତାକୁ ଜାଣିବା ଲାଗି ଅନୁସନ୍ଧାନକାରୀଙ୍କୁ ଉପହାର ସ୍ୱରୂପ ୨୮ ହଜାର ଡଲାର ପ୍ରଦାନ କରିଛନ୍ତି । ଏହି ଟାର୍ଗେଟ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତର ସାଇବର ସୁରକ୍ଷା ଏଜେନ୍ସି ଡେସ୍କଟପରେ ଗୁଗୁଲ କ୍ରୋମ ବ୍ୟବହାରକାରୀଙ୍କୁ ସେମାନଙ୍କ ବ୍ରାଉଜରକୁ ଅତ୍ୟାଧୁନିକ ସଂସ୍କରଣରେ ଅପଡେଟ କରିବାକୁ ଅନୁରୋଧ କରିଛି ।

କିପରି କରିବେ ଅପଡେଟ:
-ଗୁଗୁଲ କ୍ରୋମକୁ ଅପଡେଟ କରିବା ପାଇଁ ନିଜ ଡେସ୍କଟପକୁ ଯାଇ ବ୍ରାଉଜର ଖୋଲନ୍ତୁ ଏବଂ ନିଜ ପ୍ରୋଫାଇଲର ଡାହଣ ପାଶ୍ୱର୍ରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ କରନ୍ତୁ ।
-ଦେଖାଯାଉଥିବା ଡ୍ରପ-ଡାଉନ ମେନୁରେ ହେଲ୍ପ ଉପରେ ଟ୍ୟାପ କରନ୍ତୁ ଏବଂ “ଏବାଉଟ ଗୁଗୁଲ କ୍ରୋମ’ ଉପରେ ଟ୍ୟାପ କରନ୍ତୁ ।
-ଏହାପରେ ଗୁଗୁଲ କ୍ରୋମ ଇନଷ୍ଟଲନେସନ ନୂତନ ଅପଡେଟର ଯାଞ୍ଚ କରିବ ଏବଂ ଏହା ସ୍ୱୟଂଚାଳିତ ଭାବରେ ଇନଷ୍ଟଲ କରିବ ।
-ଏହା ଥରେ ଇନଷ୍ଟଲ ହୋଇସାରିବା ପରେ ରିଲଞ୍ଚ ବଟନ ଉପରେ କ୍ଲିକ କରନ୍ତୁ ।

Get real time updates directly on you device, subscribe now.