ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି, କେନ୍ଦ୍ରୀୟ ବିଦ୍ୟାଳୟରେ ବାହାରିଲା ନିଯୁକ୍ତି ସୁଯୋଗ

କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି ନେଇ ଘୋଷଣା ହେଲା ତାରିଖ ।

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟରେ ବାହାରିଲା ନିଯୁକ୍ତି ସୁଯୋଗ । ବିନା ପରୀକ୍ଷାରେ ମିଳିପାରିବ ଚାକିରି । ଯେଉଁମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଅଟେ ।

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପ୍ରଗତି ବିହାର ନୂଆଦିଲ୍ଲୀ 2025 ମସିହା ପାଇଁ ଟିଚିଂ ଏବଂ ନନଟିଚିଂ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ବାହାର କରିଛି । ଇଚ୍ଛୁକ ପ୍ରାର୍ଥୀମାନେ pragativihar.kvs.ac.in ରେ ଲଗଇନ୍ କରିପାରିବେ ।

ଏହି ନିଯୁକ୍ତି ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ । ମାର୍ଚ୍ଚ 6 ତାରିଖ ସକାଳ 9ଟାରୁ ଏହି ଇଣ୍ଟରଭ୍ୟୁ ଆରମ୍ଭ ହେବ । ରେଜିଷ୍ଟ୍ରେସନ ମାର୍ଚ୍ଚ 6 ତାରିଖ ସକାଳ 8ଟାରୁ 12 ଯାଏଁ ହେବ । ଇଣ୍ଟରଭ୍ୟୁ ପାଇଁ ଆବେଦନ ପତ୍ର, ସବୁ ସାର୍ଟିଫିକେଟର ଅରଜିନାଲ କପି ଏବଂ ଦୁଇଟି ରଙ୍ଗୀନ ପାସଫଟୋ ନେଇ ଯିବାକୁ ହେବ ।

ଯଦି ଜଣେ ପ୍ରାର୍ଥୀ ପିଜିଟି ପାଇଁ ଆବେଦନ କରିଥାଏ, ତେବେ 50 ପ୍ରତିଶତ ମାର୍କ ସହିତ ଉକ୍ତ ବିଷୟରେ ପୋଷ୍ଟ ଗ୍ରାଜୁଏଟ୍ କରିଥିବା ଜରୁରୀ ଅଟେ । ସେହିପରି ଟିଜିଟି ପାଇଁ ଅନୁନ୍ୟ 50 ପ୍ରତିଶତ ମାର୍କ ସହିତ ବ୍ୟାଚେଲର ଏବଂ ବିଏଡ୍ ଡିଗ୍ରୀ ରହିଥିବା ଆବଶ୍ୟକ ।

ଏହି ପୋଷ୍ଟରେ ଆବେଦନ କରିବା ପାଇଁ ବୟସସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି । 18ରୁ 65 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହି ଚାକିରି କଣ୍ଟ୍ରାକ୍ଟ ବେସିସରେ ହେବ ।