ଭୁବନେଶ୍ୱର,୧୯ା୪: ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ବିଶେଷକରି ସରକାରୀ କର୍ମଚାରୀଙ୍କ ବଦଳି କ୍ଷେତ୍ରରେ ନୂଆ ନିୟମ ହୋଇଛି ।
ନିୟମ ଅନୁଯାୟୀ, ପ୍ରତିବର୍ଷ ଏପ୍ରିଲ୧୫ରୁ ଜୁନ୍ ୧୫ ମଧ୍ୟରେ ସରକାରୀ ଚାକିରିଆଙ୍କ ଅଦଳବଦଳ କରିବାକୁ କୁହାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଭଳି କିଛି ବିଭାଗ ପାଇଁ ଏପରି ନୀତି ନିୟମ କରାଯାଇଛି । ଏଥିସହିତ ଗୋଟିଏ ସ୍ଥାନରେ କୌଣସି ସରକାରୀ କର୍ମଚାରୀ ୩ ବର୍ଷରୁ ଅଧିକ ରହିପାରିବେ ନାହିଁ । ସେମାନଙ୍କୁ ପ୍ରତିବର୍ଷ ବଦଳି କରାଯିବ । ଗୋଟିଏ ଜିଲାରେ ମଧ୍ୟ ୬ ବର୍ଷରୁ ଅଧିକ ରହିପାରିବେନି ବୋଲି ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶ ଜାରି କରାଯାଇଛି ।