fbpx
BJD SKY
BJD SKY

ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା: ଏଣିକି ଏହି ଜିନିଷ ଉପରେ ବି ମିଳିବ ସବସିଡି

BJD

ନୂଆଦିଲ୍ଲୀ: ଚାଷୀଙ୍କ ରୋଜଗାର ବଢ଼ାଇବାକୁ ଓ ତାଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ଲାଗୁ ହୋଇଛି । ପୂର୍ବରୁ ୟୁପି ସରକାର, ରାଜସ୍ଥାନ ସରକାର, ଛତିଶଗଡ ସରକାରଙ୍କ ଦ୍ୱାରା କୃଷକମାନଙ୍କ ପାଇଁ ଅନେକ ଘୋଷଣା କରାଯାଇଛି । ଏବେ ହିମାଚଳ ପ୍ରଦେଶ ସରକାର ରାଜ୍ୟର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ।

ସରକାରଙ୍କ ଘୋଷଣା ଅନୁସାରେ, ହିମାଚଳ ସରକାର ପ୍ୟାକେଜିଂ ସାମଗ୍ରୀ କ୍ରୟ ଉପରେ ବୃକ୍ଷରୋପଣ ଅପରେଟର ଏବଂ ଫଳ ଉତ୍ପାଦନକାରୀଙ୍କୁ ୬ ପ୍ରତିଶତ ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥା ଜୁଲାଇ ୧୫ ରୁ ଲାଗୁ ହେବ । ହିମାଚଳ ପ୍ରଦେଶର ଜନସମ୍ପର୍କ ବିଭାଗ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସବସିଡି ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା ଅଧୀନରେ, ଯଦି ଆପଣ ୩୧ ଜୁଲାଇ ସୁଦ୍ଧା ଇ-କେଇସି କରିନାହାନ୍ତି, ତେବେ ଆପଣଙ୍କୁ ଦ୍ୱାଦଶ କିସ୍ତି ମିଳିବ ନାହିଁ । ପିଏମ କିଷାନରେ ଅଯୋଗ୍ୟ ଲୋକ ଏହା ସୁବିଧା ନେଉଥିବା ଖବର ମିଳିବା ପରେ ଇ-କେୱାଇସିର ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ମାର୍ଚ୍ଚ ୩୧ ଏହାର ଶେଷ ତାରିଖ ଥିଲା । ଯାହା ପରେ ୩୧ ମେ’ ଓ ଏବେ ଜୁଲାଇ ୩୧କୁ ଡେଡଲାଇନର ଅବଧି ବୃଦ୍ଧି କରାଯାଇଛି ।

 

Get real time updates directly on you device, subscribe now.